STORYMIRROR

Nilakantha Dash

Inspirational

3  

Nilakantha Dash

Inspirational

କାଶତଣ୍ଡୀ ଫୁଲ

କାଶତଣ୍ଡୀ ଫୁଲ

1 min
406

ନଇପଠାରେ କାଶତଣ୍ଡୀ ଫୁଲର ପସରା,

ମା'ଙ୍କ ଆଗମନ ପାଇଁ ସବୁ କିଛି ଲାଗୁୁଛି ନିଆରା।

ବାସ(ବାସ୍ନା)ନାହିଁ ନାହିଁ ଗର୍ବ ଅଭିମାନ,

ଅଛି କିିନ୍ତୁ ଏକ ଦୀର୍ଘ ପ୍ରତୀକ୍ଷାର ସ୍ୱାଭିମାନ।

ଶୋଭା ନ ପାଉ ପଛେ ଦେବୀ ଦେବତା ର ଗଳେ

ମାଳାଟିିିଏ ହୋଇ,

ନାହିଁ ତାର ଦୁଃଖ,ମନରେ ନାହିଁ କିନ୍ତୁ ।

ଧିର ପବନର କୋମଳ ସ୍ପର୍ଶରେ ,

କାଶତଣ୍ଡୀ ଝୁଲୁୁଥାଏ ଅମୃତ ଆନନ୍ଦେ

ସତେଅବା ଚାମର ସେବା-ତା'ପାଇଁ ବିଧି ନିର୍ଦ୍ଦିଷ୍ଟ ।

ସୃଷ୍ଟି ତାର ସ୍ୱଳ୍ପକାଳ ପାଇଁ,

ମା'ଙ୍କ ପ୍ରତ୍ୟାବର୍ତ୍ତନର ପରେପରେ ଯାଏସେ ଉଭାଇ

ଦୂର ଦିିଗ୍ ବଳୟ ତଳେ ସୂର୍ଯ୍ୟ ଲୁଚିଗଲାପରି

ଦିବସର ଅବସାନ ପରେ।

ଛାଡ଼଼ିଦେଇ ଯାଏ ତାର ସୌନ୍ଦର୍ଯ୍ୟ ର ଛାପ

ଅନ୍ତହୀନ ଭାବନା, ଭାବୁକ ପ୍ରାଣରେ,

ବର୍ଷ କ ପରେ ପୁଣି ଆସିବାର ବାର୍ତ୍ତା ଦେଇ।

ନ ଥାଉ ସୁଗନ୍ଧ, ନ ପାଉ ସେ ଛୋଟ ଜାଗାଟିିିଏ

କାହା ବଗିଚାରେ

ବାର୍ତ୍ତା ଦିଏ କାଶତଣ୍ଡୀ ନମ୍ରତାର,ନିରହଂକାର ର,

ଛାଡି ଦେଇ ଛାପଟିଏ ପ୍ରତିଟି ମନ ହୃଦୟରେ।

 


Rate this content
Log in

Similar oriya poem from Inspirational