STORYMIRROR

Nilakantha Dash

Abstract

4  

Nilakantha Dash

Abstract

ପ୍ରିୟା ର ପ୍ରେମ

ପ୍ରିୟା ର ପ୍ରେମ

1 min
519

ପ୍ରିୟା,

ତୁ ମୋ ପ୍ରେମର, ପ୍ରଣୟର ଆଦ୍ୟ ଝଂକାର

ଗ୍ରୀଷ୍ମର ଚଇତି ବାଆ, ଆମ୍ର କୁଞ୍ଜର ଛାଇ,

ସେଥିପାଇଁ ତୋତେ ଭଲ ପାଇଥିଲି

ସବୁକୁ ପଛରେ ଥୋଇ।

ପ୍ରିୟା,

ତୁ ମୋ ପ୍ରେମର ପ୍ରଥମ ରାଗିଣୀ

ଶ୍ରାବଣ ର ବାରିଧାରା,

ତୋ ପ୍ରେମରେ ଭିଜିଗଲି ମୁଁ

ହେଲେ ତୁ ବୁଝିପାରିିିଲୁନି ମୋ ଅକୁହା ମନର ଭାଷା।

ପ୍ରିୟା,

ତୁ ମୋ ପ୍ରେମର ପ୍ରଥମ ସୁରଭି

ଶରତ ଶିଶିର ଟୋପା,

ମୁକ୍ତା ଭାବି ସାଉଁଟିଲି ତୋତେ

ଦେଇଗଲୁ କିିନ୍ତୁ ଧୋକା।

ପ୍ରିୟା,

ତୁ ମୋ ପ୍ରେମର ପ୍ରଥମ ମିଳନ

ହେମନ୍ତ ର ସେହି ସୁୁୁଖଦ କାକର ଛୁଆଁ,

ତୋତେ ଧରିବାକୁୁ ବୃୃୃଥା ଚେଷ୍ଟା କଲି

ତୁ ଆଉ କାହା ସାଥେ କରିଦେଇଥିଲୁ ମନ ଦିଆନିିିଆ।

ପ୍ରିୟା,

ତୁ ମୋ ମନର ପ୍ରଥମ ଭାବନା

ଶୀତୁଆ ରାତିର ମିଳନ ରାଗିଣୀ ଛନ୍ଦ,

ମୁଁ ତୋତେ ସିନା ହୃଦୟେ ରଖିଲି

ତୋ ମନ କିନ୍ତୁ ଆଉ କାହା ହୃୃୃଦୟେ ହୋଇଲା ବନ୍ଦ।

ପ୍ରିୟା, 

ତୁ ମୋ ମନର ପ୍ରଥମ ମୂର୍ଛନା

ବସନ୍ତ କୋଇଲି ସ୍ୱର,

ପ୍ରୀତିଭରା ରଙ୍ଗ ସାଇତିଥିଲି ମୁଁ

ରଙ୍ଗାଇବା ପାଇଁ ତୋତେ,

ଆଶାରେ ଆଶାରେ ରହିଗଲି ମୁଁ

ତୁ ହୋଇଗଲୁୁ ଆଉ କା ବୀଣାର ସୁର।

ତଥାପି ଦୁଃଖ ନାହିଁ ମୋର,ନାହିଁ ଅନୁତାପ

ଶେଷବେଳେ ନିଶ୍ଚେ ଭାବିବୁ ମନରେ,

ତୁ କଲୁ କେତେ ଭଲ,କେତେ ମନ୍ଦ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract