ଛଳନା
ଛଳନା
1 min
163
ପ୍ରିୟା,
ତତେ ମୁଁ ପାଇଲି ଭଲ ମନ ହୃଦୟରେ
ଆମ ପ୍ରେମର ଅନୁୁଭବ ପାଇଁ,
ଫୁଲ କୁ ଭଅଁର,ନଇ କୁ ସାଗର ପରି
ପାଗଳ ହେଲି ମୁଁଁ ତୋ ରୂପରେ,
ତୋ ବାକ୍ ଚାତୁରୀରେ,ଅବୁୁଝା ପଣରେ
ଆମେ ହଜିଥିଲେ,ମଜ୍ଜି ଥିଲେ ଆମ ପ୍ରେମର ଗପରେ,
ଦେଖିଥିଲେ ସ୍ୱପ୍ନ ମିଳନର
ମନ ସହ ମନର ଆଉ ଦେହ ସହ ଦେହର,
ମନରେ ନ ଥିଲା କିନ୍ତୁ
ସାଗର କୂଳର ତପ୍ତ ବାଲୁକାରେ ଗଢିଥିଲେ ଘର,
ମୋର,ତୋର ନା ନା ଆମର,
ଆମ ପ୍ରେମର, ଭଲପାଇବାର
କିନ୍ତୁ,
ଶ୍ରାବଣର ମିଳନ ପୂର୍ବରୁ, ବସନ୍ତ ର ରଂଗ ମାଖି
ରଚିବାକୁ ପ୍ରିତୀର ଅଭିସାର ,
ମୃଦୁ ହସଟିଏ ହସି ମୋ ଠାରୁ ଦୂରେଇ ଗଲୁ
ବିଳମ୍ବିତ ରାତିରେ ବୁଝିଲି ମୁଁ,
ମୋ ସହ ତୋର ପ୍ରେମ ଥିଲା ଖାଲି ଟାଇମ୍ ପାସ
ଛଳନା, ଯେମିତି ଗୋଲାପର ବଗିଚାରେ
ଅଲୋଡ଼ା ଘାସର ଗାଲିଚା ।
