STORYMIRROR

Nilakantha Dash

Others

4  

Nilakantha Dash

Others

ଇତି-ତୁମର ମୁଁ

ଇତି-ତୁମର ମୁଁ

1 min
350

ତୁମକୁ ଭୂଲିବକୁ ଯାଇ

ବହି ପୃଷ୍ଠା ରେ ମନ ଦେଲା ବେଳେ

ପୁରୁଣା ବହିର ମଲାଟରେ 

ତୁମ ହାତର ସ୍ୱାକ୍ଷର,ସୁନ୍ଦର ଅକ୍ଷର ଆଉ ସ୍ପଷ୍ଟ ,

ଆନମନା ହୋଇଗଲି ମୁଁ ।


ବହିଠୁ ଦୂରେଇ ଡାଇରୀ ଖୋଲିଲି,

ଯାହା ତୁମେ ଦେଇଥିଲ ଆମ ସ୍ମୃତିର ଉପହାର,

ଡ଼ାଇରୀ ର ପ୍ରତିଟି ପୃଷ୍ଠାରେ 

ତମ ହାତଲେଖା, ମିଠା ମିଠା କଥାସବୁ

ମୋତେ ଉପହାସ କରୁଥିଲେ ଆଜି

ବଢାଉଥିଲେ ମୋ ହୃତ୍ ସ୍ପନ୍ଦନକୁ୍।


ଅସହାୟ ହେଉଥିଲି

ବିଳମ୍ବିତ ରାତିରେ ଆଖି ବୁଜି ଶୋଇବାର

ଉପକ୍ରମ କଲାବେଳେ,

ମନେ ପଡୁଥିଲା ତୁମ ଗୋଲାପୀ ଓଠର ଚୁମ୍ବନ,

ଯାହା ଆଜି ଆଉ କାହାର ।


ତଥାପି ମୁଁ ଭୂଲିପାରିନି 

ତୁମର ସେହି କିମିଆ ଭରା ସ୍ନେହକୁ

ଛଳନା ଭରା ଭଲପାଇବାକୁ,

ଏକ ଅବୁଝା ଇତିହାସ ପରି

ମୋ ପାଇଁ ତୁମେ ଅବୋଧ୍ୟ ହୋଇଗଲ।


ପ୍ରେମର ମାୟାଜାଲରେ ଛନ୍ଦି ଦେଇ

ମୋତେ ନିଃସ୍ୱ କରିଦେଲା ପରେ,

ଛଳନାର ଅଟ୍ଟାଳିକାରେ 

ଆଉ ଏକ ପାହାଚକୁ ଦର୍ପଭରେ ଚଢୁଥିଲ ତୁମେ,

କଷି ଚାଲିଥିଲ ପ୍ରେମର ଗଣିତ

ମୋ ସ୍ଥିତି ଭାଗଶେଷର ଶୂନରେ।


ଏବଂ ଶେଷରେ,

ତୁମ ଛଳନାର ଭଲପାଇବାକୁ, 

ଭଲପାଇବାର ଅଭିନୟକୁ,

ଛଳନାର ପାରଦର୍ଶିତାକୁ,

ସଲାମ କରୁଛି,ଭଗ୍ନ ହୃଦୟ ର ନିଭୃତ କୋଣରୁ।

             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍