STORYMIRROR

Nilakantha Dash

Romance

4  

Nilakantha Dash

Romance

ପ୍ରେମର ବାସ୍ନା

ପ୍ରେମର ବାସ୍ନା

1 min
344

ପ୍ରିୟା,

ଆସିଲୁ ଯେବେ ତୁ ମୋ ଜୀବନରେ

ପ୍ରଥମ ପ୍ରେମର ସୁୁୁରଭି ବାସ୍ନା ନେଇ,

ସେ ଦିିନ ବି ଥିଲା 'ଗୋଲାପ ଦିବସ'

ସେଥିପାଇଁ ବୋଧେ ମୋ ହାତରେ

ଗୋଲାପ ଟେ ଦେଲୁ ଥୋଇ।

ଭରିଥିଲୁ ମୋ ମନରେ ଅନୁରାଗ,

ହୃଦୟ ରେ ପ୍ରେମର ଫଗୁଣ

ଆଖିରେ ଆଖିରେ ଜୀବନ ବନ୍ଧନର ଆକର୍ଷଣ,

ଫେରାଇଲି ଗୋଲାପକୁ ତୋର

ଦେଇ ଏକପ୍ରୀତିର ଚୁୁୁମ୍ବନ।

ସମୟ ତ ଗଡୁଥିଲା ବର୍ଷ ପରେ ବର୍ଷ

ଆମ ପ୍ରେମର ନିିବିିିଡତା ବି,ନଥିଲା ଅବଶୋଷ।

ଆଜି ଅପେକ୍ଷା କରିିଛି ତୋତେ

ତୋଳିଛି ଗୋଲାପଟିଏ     

କଣ୍ଟା ର ଆଘାତ ସହି

ଆମ ପ୍ରେମର ସ୍ମୃତି କୁ ସାଉଁଟିିବା ପାଇଁଁ।

ଦୂରେ ଥାଇ ସମର୍ପି ଦେଉଛି

ବଢାଇବୁ ହାତ ଆମ ପ୍ରେମର ଜୀବନ୍ୟାସ ପାଇଁଁ।

ସ୍ମୃତି ସବୁ ମନେପଡେ ,

ଝରିଯାଏ ଆଜେବାଜେ କବିତାଟେ ହୋଇ,

ପ୍ରାଚୀ ଦିଗବଳୟ ରୁ ଅସ୍ତାଚଳ ଯାଏ

ପ୍ରୃଥିବୀ, ଆକାଶ, ନଦୀ, ଝରଣା, ସାଗରର ଢେଉ

ସବୁୁୁଠି ଆମ ପ୍ରେମର ବାସ୍ନା,ଗୋଲାପର ସୁଗନ୍ଧ,

ଆଜି ପରା 'ଗୋଲପ ଦିବସ'।

ଆମ ପ୍ରେମ ରହିଛି ରହିବ

ଅଛି ଯହିଁ ତ୍ୟାଗ, ବଳିଦାନ

ମୁଁ କହି ପାରିିିବିନି ଗୋଲାପର କଥା,

ଆମ ପ୍ରେମ କିନ୍ତୁ ଶାଶ୍ୱତ, ଚିିିରନ୍ତନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance