ସ୍ମୃତିରେ ପ୍ରିୟାର ପ୍ରେମ
ସ୍ମୃତିରେ ପ୍ରିୟାର ପ୍ରେମ
ସବୁକିଛି ଦେଇଦେଲି ତତେ ଭଲପାଏ ବୋଲି
ବୁଝି ପାରିଲୁନି ମୋ ପ୍ରେମର ଗଭୀରତା,
ରାଜଭୋଗ ଆଶେ ଚାଲିଗଲୁ
ପଢି ନ ପାରି ମୋ ମନ ହୃଦୟର ନୀରବତା।
ଦେହ ଭୋଗ ଆଶା ନ ଥିଲା ତ ମୋର
ମୁଁ ଭଲ ପାଉଥିଲିି ତୋ ଭାବୋଛ୍ଵାସକୁ,
ମନ ତଳର ଆବେଗକୁ,ତୋ ହୃଦୟର ନିର୍ମଳତାକୁ
ଅଭିମାନ ଭରା ନିର୍ଦ୍ଦେଶକୁ।
ପ୍ରେମ ରେ ପ୍ରେମ ରେ ଭିଜୁଥିଲେ ସିିିନା
ନ ଥିଲା ଯୌବନର ଆକର୍ଷଣ,
ତୋ ସରଳ ମନର ଜିଜ୍ଞାସୁ ଭାବନା
ଆଜି ମନେପଡେ ପ୍ରତିକ୍ଷଣ।
ଆଗୋ ମଧୁଛନ୍ଦା ପ୍ରୀତିର ସୁଗନ୍ଧା
ତୋ ପ୍ରୀତିରୁ ପାଇଛିି ଶତ ଗୋଲାପର ବାସ୍ନା,
କଣ୍ଟା ର ଆଘାତ ଲାଗିଥିଲା ମତେ
ତଥାପି, ତୋ ଦେହପାଇଁଁ ମୋର
ମନରେ ନ ଥିଲା କାମର ତୃୃଷ୍ଣା।
ରାଜକୁମାର ଟେ ପାଇଗଲା ପରେ
ଆମ ପବିତ୍ର ପ୍ରେମକୁୁ ମାରିଦେଇ ତୁ
ହୋଇଗଲୁ,ପ୍ରେମର ହତ୍ୟାକାରୀ,
ଆଜିବି ଆମ ପ୍ରେମ ପ୍ରଶ୍ନକରେ ମତେ
କଣ ପାଇଲି ମୁଁ ତୋତେ ପ୍ରେମକରି ।
ଅତୀତର ସେହି ସ୍ମୃୃୃତିର ପୃଷ୍ଠା
ଯେବେ ବି ଆସୁୁଛି ମନେ,
ସତକଥା ପ୍ରିିୟା,ମନ ମୋ କହୁଛି ମତେ
ଜନ୍ମ ଜନ୍ମାନ୍ତରେ ପାଇବି ତତେ ମୁଁ
ସାଗର, ନଦୀ କୁୁ ପାଏ ଯେସନେ ।