STORYMIRROR

HEMANTA NAG

Tragedy Inspirational Thriller

4  

HEMANTA NAG

Tragedy Inspirational Thriller

ମଦୁଆର ଜୀବନ

ମଦୁଆର ଜୀବନ

1 min
216

ଆଜ୍ଞା ମୁଇଁ ମଦୁଆ, ପିଇଁସି ସବୁଦିନ୍ ସୁରା ;

ନାଇଁ ମାନେ କିଛି ସମିଆଁ, ମୋର୍ ଜିଦ୍ କରସିଁ ପୁରା |

ମୁଇଁ ଉଠସିଁ ସବକର୍ ଆଘେ, ନୁଁରି ବୁଲସିଁ ମଦ୍;

ତୁତମେଇ ହେଇ ଭାଟି ଆଡ଼େ, ଯାଏସିଁ ଗଦ୍ ଗଦ୍ |

ମାହେଝି ପିଲା ବୁଆ ମାଁ, କିହେ ନେଇ ପାରନ୍ ମତେ ;

ସବୁବେଲେ ମନ୍-ମାନି କରସିଁ, ପିଟସିଁ କେତନେ କେତେ |

ମାଁ ବୁଆ ମୋର୍ ଭୂତି କରି, ପୁସୁଛନ୍ ମୋର୍ ଛୁଆ ;

ମାହେଝି ଭୂତି କରି ଆନଲେ, ମୁଇଁ ହେସିଁ ସବକର୍ ବୁଆ |

କେତନେଇ ଦିନୁ ପିଉଥିଲି ମୁଇଁ, ପଡିଗଲା କାଇଁ ଦୁଃଖ୍ ;

ଜୀବନ ଖାଲି ଅଛେ ନେଇ ମରବାର୍, ମୁହେଁ ନେଇନ ଥୁକ୍ |

ଡାକ୍ଟର୍ କହିଛେ ତୋର୍ କଲଜା ଫପ୍ସା, ଗଲାନା କାଇଁ ସରି;

ତାର୍ ସାଙ୍ଗେ ଆରୁ ଆତିନ୍ କିଡ଼ନୀ, ଯିବୁ ଜଲଦି ମରି |

ପିଉ ଥିଲି ମୁଇଁ କେଡେ ସୁଖେ, ରାଜ କରୁଥିଲି ମୁଇଁ;

ଖଟର୍ ମରନେ ମୁଇଁ ମରୁଛେ, ନେଇଁ ପାରୁଛେଁ ସହି |

ମାଁ ବୁଆ ଛୁଆ ପିଲା ମାହେଝି, ମନା କରୁଥିଲେ ମତେ;

କାହାର୍ କଥା ବି ନେଇ ମାନି, ଦୁଃଖ୍ ପାଉଁଛେ କେତେ |

ସରଲା ସମିଆଁ ନେଇଁ କରି କିଛି, ମେଟି ଯିବା ମୋର୍ ନାଁଆ;

ମୋର୍ ପରିବାର ଘର ଦୁଆର୍ କେ, କିଏ ହେବା ଆର୍ ସାହା |

ଆଏଜ୍ ଇ ମରନେ କହେମି କଥାଟେ, ଶୁନ୍ ଦେଇକରି ମନ୍;

ମାଁ ବୁଆ ଛୁଆ ମାହେଝି ଠାନୁଁ, ନେଇନ ବଡ଼ ଧନ୍ |

ମୁଇଁ ଜିମି ମରି ହେ ଭଗବାନ, ସବକେ ଟିକେ ଦେଖବ;

ଜିଁ ଥିବାର୍ ତକ ମଦ ନେଇଁ ପିଇବ, ସବେ ଇଟା ମନେ ରଖବ |


Rate this content
Log in

More oriya poem from HEMANTA NAG

Similar oriya poem from Tragedy