STORYMIRROR

Sunanda Mohanty

Inspirational Thriller Children

4  

Sunanda Mohanty

Inspirational Thriller Children

ଜନନୀ

ଜନନୀ

1 min
316


ଜନ୍ମଦାତ୍ରୀ ଜନନୀ ମୋ ଦେଶ

ତା କୋଳେ ବଢ଼ିଲି ତୋଳିଲି

ଫୁଲ ଫଳ ପିଇଲି ଝରଣା ଜଳ

ବିକଶିତ ହେଲି ପ୍ରକୃତିରେ ବଶ

ଜନନୀ ମୋ ରାଜ୍ୟର ବୃତ୍ତ

ଯାହା କ୍ଷେତ୍ରଫଳ ପରିସୀମା

ବ୍ୟାସ ବ୍ୟାସାର୍ଦ୍ଧ ଅକ୍ଷାଂଶ ଦ୍ରାଘିମା

ମତେ ଦେଲା ହସ ବାସ ରସ ଓ ରାସ

ମୋ ଜନନୀ ମୋ ଜିଲ୍ଲା ପରିଚୟ ଯିଏ ଦେଲା

ଗୁଣନ ହରଣ ମିଶାଣ ଫେଡ଼ାଣ ଜୀବନ୍ୟାସ

ମୋ ଜନନୀ ମୋ ଗାଁ ତା ପରିବେଶ

ସ୍ନେହ ପ୍ରେମ ଭାଇଚାରା ଶିଖାଇ ବିଶେଷ

ମୋ ଜନ୍ମଦାତ୍ରୀ ଜନନୀ ମୋ ମାଆ

ମୁଁ ଯେବେ ପ୍ରଥମ ଶବ୍ଦ କହିଲି କୋ ଅହଂ

ମୁଁ କିଏ ପ୍ରଶ୍ନ ଉତ୍ତରରେ ସେ କହେ ସୋ ଅହଂ

ତୁ ସିଏ ମୋ କୋଳ ମଣ୍ଡନ କରିଛି ଯିଏ

ମୋ ସୁନା ପଞ୍ଜୁରୀ ପକ୍ଷୀ କରିବୁ

ମା ଦୁଃଖ ହ୍ରାସ ଫେଡ଼ି ସନ୍ତ୍ରାସ

ଦୁଃଖେ ସୁଖେ ତୋ ପାଇଁ ମୁଁ

ମୋ ପାଇଁ ତୁ ସାହିତ୍ୟ ବିଜ୍ଞାନ ଭୂଗୋଳ ଗଣିତ

ସଂସ୍କୃତି ପରମ୍ପରା ଭାଗ୍ୟ ଅବଶ୍ୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational