STORYMIRROR

Niranjan Mishra

Thriller

4  

Niranjan Mishra

Thriller

ଅନ୍ତରୀକ୍ଷ

ଅନ୍ତରୀକ୍ଷ

1 min
331


ଭାବୁଛି ମନରେ କେତେ କେତେ କଥା

ଆସୁଛି ମନରେ ମୋର ।

ଅନ୍ତରୀକ୍ଷ ଯାନେ ଅନ୍ତରୀକ୍ଷେ ଉଡି

ବୁଲନ୍ତି ମୁଁ ନିରନ୍ତର ।୧।

ଗ୍ରହ ଚନ୍ଦ୍ର ତାରା ସୃଜନ ସକଳ

ଦେଖି ସାରା ବସୁନ୍ଧରା ।

ଆନନ୍ଦେ ମଗନ ହୁଅନ୍ତା ମୋ ମନ

ବହନ୍ତା ଆନନ୍ଦଧାରା ।୨।

ଅନୁଭବୀ ଅନୁଭବେ ମୁଁ ଆଣନ୍ତି

ଅନ୍ତରୀକ୍ଷ ଅଭିଯାନ ।

ଶୁଣାନ୍ତି ସଭିଙ୍କୁ ମୋ ଅନୁଭବକୁ

ଭାବରେ ହୋଇ ମଗନ ।୩।

ନିଜ ଅକ୍ଷାଂଶରେ ପୃଥିବୀ ଘୁରୁଛି

ସୂର୍ଯ୍ୟ ରହିଛନ୍ତି ସ୍ଥିର ।

ଗ୍ରହ ନକ୍ଷତ୍ରାଦି ଘୁରି ବୁଲୁଛନ୍ତି

ସୂର୍ଯ୍ୟଙ୍କ ଚତୁର୍ପାର୍ଶ୍ୱର ।୪।

ପୃଥିବୀ ଓ ଗ୍ରହ ନକ୍ଷତ୍ରଙ୍କ ମଧ୍ଯେ

ଅନ୍ତରୀକ୍ଷ ଅଛି ରହି ।

ଶୂନ୍ଯ ଶୂନ୍ଯ ମହାଶୂନ୍ୟ ଅନ୍ତରୀକ୍ଷ

ରହିଛି ବ୍ୟାପକ ହୋଇ ।୫।

ରହସ୍ଯମୟ ଏ ପ୍ରସାରିତ ହୋଇ

ବାୟୁମଣ୍ଡଳ ବାହାରେ ।

ସ୍ଥିତ ଗବେଷକ ଗବେଷଣାରତ

ଜାଣନ୍ତି ସାରା ବିଶ୍ୱରେ ।୬।



Rate this content
Log in

Similar oriya poem from Thriller