ଜୟ ଭାରତୀ
ଜୟ ଭାରତୀ
ଜୟ ଭାରତୀ ସରସ୍ବତୀ
ଭାରତ ମାତାର ଜନରାଜ୍ୟ
ଦିବସରେ ସର୍ବେ କଲେ ତୋ ଆଳତୀ
ତୁ ବିବ୍ୟା ତୁ ଭବ୍ୟା ଶକ୍ତି ମୁକ୍ତି ଗାୟତ୍ରୀ
ଭାରତ ମାଆର ଦୁଇ ଦେବୀ ଲଷ୍ମୀ
ବାକ୍ୟଦେବୀ ସରସ୍ବତୀ ତୁ ଭାରତୀ
କଣ୍ଠରେ ତୁ ଥାଉ ମହୁ ପରି
ହସ୍ତରେ ସ୍ପଟିକା ମାଳା ଧରି
ଗାୟତ୍ରୀ ମନ୍ତ୍ରରେ ଦୀକ୍ଷିତା ସରସ୍ବତୀ
ଭାରତ ଦେଶର ସମୃଦ୍ଧିରେ ବିଦ୍ୟାଦାତ୍ରୀ
ମାଆ ବୀଣା ପାଣି ତୁ ଜାଗୃତି
ଦିବ୍ୟ ଦର୍ଶିନୀ ମା ଭାରତୀ
ଭାରତ ମୁଦ୍ରାର ଦୁଇ ପାର୍ଶ୍ୱରେ ବିଜେ
ଲଷ୍ମୀ ସରସ୍ବତୀ କୁବେର ସମ୍ପତ୍ତି
ପୁଣି ବୁଦ୍ଧି ବିଦ୍ୟା ଜ୍ଞାନ ବିରାଜେ
ଲଷ୍ମୀ ମାଆ ଓ ମାଆ ସରସ୍ବତୀ
ଭାରତ ଭୂଇଁରେ ରାଜୁତି ଭାରତୀ
ବିଶ୍ବ ବନ୍ଦନୀୟା ଆଦ୍ୟା ଵିଦ୍ୟା ତ୍ରିଶକ୍ତି
ତୋ ପୂଜନେ ଭଜନେ ଶାନ୍ତି ମୈତ୍ରୀ ପ୍ରୀତି
କଣ୍ଠ ତଟେ ବସିଥିଲେ ସୁମଧୁର ବାଣୀ
ଲଷ୍ମୀ ସରସ୍ବତୀ ଦୁଇ ଭଉଣୀ
ଜୟ କମଳିନୀ ଜୟ ବିଶ୍ୱ ଭାରତୀ
ଜନରାଜ୍ୟ ଦିବସରେ ହଂସ ବାହାନରେ
ଓଲ୍ହେଇ ମର୍ତ୍ତ୍ୟରେ ବୀଣା ଜିଣା କଣ୍ଠେ
ଗାଇଦେଲୁ ମାଆ ଦେଶ ଜନନୀର ପ୍ରୀତି
ବଢ଼ାଇ ଦେଶର କମନୀୟ କାନ୍ତି
ପ୍ରଣାମେ କ୍ଷମ ଅପରାଧ ହେ ଭାରତୀ ।
