STORYMIRROR

Sunanda Mohanty

Action Classics Thriller

3  

Sunanda Mohanty

Action Classics Thriller

ଜୟ ଭାରତୀ

ଜୟ ଭାରତୀ

1 min
152


ଜୟ ଭାରତୀ ସରସ୍ବତୀ

ଭାରତ ମାତାର ଜନରାଜ୍ୟ

ଦିବସରେ ସର୍ବେ କଲେ ତୋ ଆଳତୀ

ତୁ ବିବ୍ୟା ତୁ ଭବ୍ୟା ଶକ୍ତି ମୁକ୍ତି ଗାୟତ୍ରୀ

ଭାରତ ମାଆର ଦୁଇ ଦେବୀ ଲଷ୍ମୀ

ବାକ୍ୟଦେବୀ ସରସ୍ବତୀ ତୁ ଭାରତୀ

କଣ୍ଠରେ ତୁ ଥାଉ ମହୁ ପରି

ହସ୍ତରେ ସ୍ପଟିକା ମାଳା ଧରି

ଗାୟତ୍ରୀ ମନ୍ତ୍ରରେ ଦୀକ୍ଷିତା ସରସ୍ବତୀ

ଭାରତ ଦେଶର ସମୃଦ୍ଧିରେ ବିଦ୍ୟାଦାତ୍ରୀ

ମାଆ ବୀଣା ପାଣି ତୁ ଜାଗୃତି

ଦିବ୍ୟ ଦର୍ଶିନୀ ମା ଭାରତୀ

ଭାରତ ମୁଦ୍ରାର ଦୁଇ ପାର୍ଶ୍ୱରେ ବିଜେ 

ଲଷ୍ମୀ ସରସ୍ବତୀ କୁବେର ସମ୍ପତ୍ତି

ପୁଣି ବୁଦ୍ଧି ବିଦ୍ୟା ଜ୍ଞାନ ବିରାଜେ

ଲଷ୍ମୀ ମାଆ ଓ ମାଆ ସରସ୍ବତୀ

ଭାରତ ଭୂଇଁରେ ରାଜୁତି ଭାରତୀ

ବିଶ୍ବ ବନ୍ଦନୀୟା ଆଦ୍ୟା ଵିଦ୍ୟା ତ୍ରିଶକ୍ତି

ତୋ ପୂଜନେ ଭଜନେ ଶାନ୍ତି ମୈତ୍ରୀ ପ୍ରୀତି

କଣ୍ଠ ତଟେ ବସିଥିଲେ ସୁମଧୁର ବାଣୀ

ଲଷ୍ମୀ ସରସ୍ବତୀ ଦୁଇ ଭଉଣୀ

ଜୟ କମଳିନୀ ଜୟ ବିଶ୍ୱ ଭାରତୀ

ଜନରାଜ୍ୟ ଦିବସରେ ହଂସ ବାହାନରେ

ଓଲ୍ହେଇ ମର୍ତ୍ତ୍ୟରେ ବୀଣା ଜିଣା କଣ୍ଠେ

ଗାଇଦେଲୁ ମାଆ ଦେଶ ଜନନୀର ପ୍ରୀତି

ବଢ଼ାଇ ଦେଶର କମନୀୟ କାନ୍ତି

ପ୍ରଣାମେ କ୍ଷମ ଅପରାଧ ହେ ଭାରତୀ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action