STORYMIRROR

Manoj Kumar Pradhan

Thriller

3  

Manoj Kumar Pradhan

Thriller

ହେ ଆୟୁଷ

ହେ ଆୟୁଷ

1 min
132

ହେ ଆୟୁଷ.... ହେ ଆୟୁଷ....

          ଆୟୁଷରେ ତୋ ଗତିପଥ ଅବଶେଷ.

ମାଟି ପେଣ୍ଡୁଳାରେ ତୋ ଜୀବନ ଗଢ଼ା,

           ଟିକେ ସ୍ନେହ ଟିକେ ବସନ ଲୋଡ଼ା.

ଟିକେ କାନ୍ଦ ତୋର ଟିକେ ହସ....!

ହେ ଆୟୁଷ..... ହେ ଆୟୁଷ.....

           ଆୟୁଷରେ ତୋ ଗତିପଥ ଅବଶେଷ.


ଚାଲି ଚଳଣି ଆଉ ମାତୃଭାଷା,

           ମୋହ ମାୟା ଆଉ ଲୋଭ ହିଂସା.

ଶିଖିଲୁ ଯେବେ ଗଡ଼ିଲା ବୟସ.....!

ହେ ଆୟୁଷ...... ହେ ଆୟୁଷ......

           ଆୟୁଷରେ ତୋ ଗତିପଥ ଅବଶେଷ.


ବଦଳିଲା ଦେହ ବଦଳେଇଲୁ ମନ,

           ସଂସାରେ ଯେବେ ଦେଖିଲୁ ସପନ.

ବଦଳିଲା ବସ୍ତ୍ର ବଦଳେଇଲୁ ବାସ.....!

ହେ ଆୟୁଷ......  ହେ ଆୟୁଷ.....

           ଆୟୁଷରେ ତୋ ଗତିପଥ ଅବଶେଷ.


ଅରଜିଲୁ ଧନ କମେଇଲୁ ନାମ,

          ପ୍ରାକୃତିକ ସାଙ୍ଗେ କରି ସଂଗ୍ରାମ.

ଜାଣି ଶୁଣି ହେଲୁ ନିଆଁରେ ନାଶ...!

ହେ ଆୟୁଷ......  ହେ ଆୟୁଷ......

          ଆୟୁଷରେ ତୋ ଗତିପଥ ଅବଶେଷ.


ରଖିଥିଲୁ ଯେତେ ସମ୍ପର୍କ ଯୋଡି,

         ଦେହକୁ ତୋ ସମ୍ପର୍କୀୟ ଦେଲେ ପୋଡି.

ସବୁ ଆଶା ତୋ ହେଲା ଜଳିପାଉଁଶ....!

ହେ ଆୟୁଷ.....  ହେ ଆୟୁଷ......

          ଆୟୁଷରେ ତୋ ଗତିପଥ ଅବଶେଷ.


ଗଡ଼ିଗଲା ବେଳ ଫେରେ ନାହିଁ,

         ସଜାଡି ହୁଏନି ଧାଡି ପଛକୁ ଯାଇ.

ଏତିକିରେ କାଲୁ ଲେଖା ଶେଷ....!

ହେ ଆୟୁଷ.....  ହେ ଆୟୁଷ.....

         ଆୟୁଷରେ ଗତିପଥ ତୋ ଅବଶେଷ.


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller