STORYMIRROR

Kanhu Charan Bhoi

Drama Thriller

4  

Kanhu Charan Bhoi

Drama Thriller

ଲୁହ

ଲୁହ

1 min
285

ଦୁଇଟି ଅକ୍ଷର ନାମଟି ତାହାର

               ଯାହାକୁ କୁହନ୍ତି ଲୁହ

ଥରେ ବହିଗଲେ ଭୁଲାଇ ସେ ଦିଏ

               ମନର ସମସ୍ତ କୋହ ।

ଖୁସିର ଲୁହ ଯେ ଆନନ୍ଦ ଦିଅଇ

               ଦୁଃଖ ଲୁହ ଦିଏ ଯନ୍ତ୍ରଣା 

ଆପଣା ଲୋକଟି ଯେଉଁ ଲୁହ ଦିଏ

               ସେ ଲୁହକୁ ଭୁଲି ହୁଏନା ।

ମାଆର ଆଖିର ଲୁହ ମଧ୍ୟେ ଥାଏ

               ସାରା ଜଗତର ମମତା

ପିତାର ଲୁହର କାରଣ ଜାଣିବା 

               ସନ୍ତାନ ପକ୍ଷରେ ଅଜ୍ଞତା ।

ବନ୍ଧୁଟିଏ ଲୁହ ଝରାଏ ସର୍ବଦା 

               ଅନ୍ୟ ଏକ ବନ୍ଧୁ ଦୁଃଖରେ 

ଶତ୍ରୁର ଲୁହକୁ ବିଶ୍ୱାସ ଯେ କରେ

               ବୁଡିଯାଏ ସିଏ ଅନ୍ଧାରେ ।

ବିବାହ ବେଳରେ ପରିବାର ଠାରୁ 

               ଝିଅଟିର ହୁଏ ବିରହ

ବାପଘର ଛାଡି ଚାଲିଯାଏ ସିଏ  

               ସାଥେ ନେଇ ଦିଟୋପା ଲୁହ ।

ଆଖି ଲୁହ ଅଟେ ମଣିଷ ଜୀବନ 

               ଅଜାଣତେ ଯାଏ ବାହାରି

ମଣିଷ ଜୀବନ ଚାଲିଗଲା ପରେ 

               କେହି ନୁହେଁ ଏଠି କାହାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Kanhu Charan Bhoi

ପ୍ରେମ

ପ୍ରେମ

1 min ପଢ଼ନ୍ତୁ

ଲୁହ

ଲୁହ

1 min ପଢ଼ନ୍ତୁ

ବାପା

ବାପା

1 min ପଢ଼ନ୍ତୁ

Similar oriya poem from Drama