ପ୍ରେମ
ପ୍ରେମ
କିଏ କହେ ପ୍ରେମ ରୂପହୀନ ପୁଣି
କିଏ କହେ ପ୍ରେମ ମିଥ୍ୟା
ଯିଏ ଥରେ ପ୍ରେମ କରେ ସିଏ ଜାଣେ
ପ୍ରେମର ଅଭୁଲା ବାର୍ତ୍ତା ।
ପ୍ରେମ ଦେଖେ ନାହିଁ ଜାତିଭେଦ ଆଉ
ପ୍ରେମ ଦେଖେ ନାହିଁ ବର୍ଣ୍ଣ
ଦୁଇଟି ହୃଦୟ ଏକାଠି ହେବାରେ
ସହାୟ ଯେ ହୁଏ ମନ ।
ପ୍ରେମ ପାଇଁ ଯିଏ ଉତ୍ସର୍ଗେ ଜୀବନ
ସେ ପ୍ରେମୀଟି ଅଟେ ଧନ୍ୟ
ପ୍ରେମରେ ପଡିଲେ ପ୍ରେମୀର ଆଖିରେ
ସଂସାରଟା ଲାଗେ ଶୂନ୍ୟ ।
କାହା ପ୍ରେମ ହୁଏ ସଫଳ ପୁଣି
କାହା ପ୍ରେମ ରହେ ଅଧା
ଯେମିତି ଅପୂର୍ଣ୍ଣ ପ୍ରେମର ପ୍ରତୀକ
ଅଟନ୍ତି ଶ୍ରୀକୃଷ୍ଣ-ରାଧା ।
ଏବେକାର ପ୍ରେମ ନୁହଁଇ ପବିତ୍ର
କେବଳ ଯେ ତାହା ଆସକ୍ତି
ଏ ପ୍ରେମରେ ଯିଏ ଥରେ ଧୋକା ଖାଏ
ସେ ଭାବେ ପ୍ରେମ ଯେ ଶାସ୍ତି ।
ଦ୍ୱାପର ଯୁଗର ସେ ପ୍ରେମୀ ଯୁଗଳ
ଯାଇଅଛନ୍ତି ସୂଚାଇ
ପ୍ରକୃତରେ ପ୍ରେମ ଅତୁଟ ବନ୍ଧନ
ପ୍ରେମ ସରି କେହି ନାହିଁ ।

