STORYMIRROR

Niranjan Mishra

Romance

4  

Niranjan Mishra

Romance

ରଜ ଦୋଳି

ରଜ ଦୋଳି

1 min
234


ଆସ ଲୋ ବଉଳ ଆସ

ଆସ ଆସ ସଇ ଆସ ସଙ୍ଗାତ

ଆସ ସଙ୍ଗାତ ଲୋ ସଜବାଜ ହୋଇ ଆସ ।


ବନସ୍ତେ ଡାକିଲା ଗଜ

ଆସି ପହଞ୍ଚିଲା ପରବ ରଜ

ପରବ ରଜ ଲୋ ଆସ ହେବା ସଜବାଜ।


ପାଦରେ ସରୁ ଅଳତା

ଲଗାଇବା ହୋଇ ଅମରମତା

ଅମରମତା ଲୋ ବେଶ ହେବା ଜଗଜ୍ଜିତା ।


ଟିପି ଟିପି ହେବା ମୁହଁ

ଦେଖିଲେ ଲାଗିବ ବଡ ସେନେହ

ବଡ ସେନେହ ଲୋ ହସୁଥିବା ଟହଟହ ।


ରଜପାନ ଖାଉଥିବା

ରଜଦୋଳି ଗୀତ ଆସ ଗାଇବା

ଆସ ଗାଇବା ଲୋ ଦୋଳିରେ ପହଞ୍ଚୁଥିବା ।


ବନ୍ଧା ହୋଇଅଛି ଦୋଳି

ରଜରେ ଖେଳିବା ହୋଇଣ ମେଳି

ହୋଇଣ ମେଳି ଲୋ ଗାଇ ଗୀତ ରଜଦୋଳି।


ବରଷକେ ଏ ପରବ

ଆସିଛି ଏ ପରା ଆମ ଗରବ

ଆମ ଗରବ ଲୋ ଏ ଆମ ଗଣପରବ ।


Rate this content
Log in

Similar oriya poem from Romance