ଗଣପର୍ବ ରଜ
ଗଣପର୍ବ ରଜ
ମଧୁକ୍ଷରା ରଜ ଆବର୍ତ୍ତେ ସ୍ୱଚ୍ଛନ୍ଦେ
ଜନମନ ଉତ୍ଫୁଲିତ
ଉଙ୍କି ମାରୁଅଛି ଆଶା ଅସୁମାରୀ
ଆକାଶେ କଳା ଜୀମୂତ ।
ପୁଲକିତ ମନେ ସବୁଜ ସ୍ବପ୍ନ
ସୃଜନର ନବନ୍ମେଷ
ଜୀବନେ ଖେଳୁଛି ଖୁସିର ଲହରୀ
ହର୍ଷୋଲ୍ଲାସ ପ୍ରାଣୋଚ୍ଛ୍ବାସ ।
ଉଚ୍ଚାଟେ ଆନନ୍ଦ ଆକର୍ଷେ ସମ୍ବନ୍ଧ
ପ୍ରୀତି ସୁମଧୁର ଛନ୍ଦ
ଗୃହ ଅଭିମୁଖେ ଫେରଇ ପ୍ରବାସୀ
ଆଖିରେ ତା ସପ୍ତରଙ୍ଗ ।
ଚାଲେ ସଜବାଜ ଝୁଲଇ ଦେହଳୀ
ରଜବତୀ ସୁକୁମାରୀ
ବିହରେ ଉନ୍ମୁକ୍ତେ ପବନକୁ କହେ
ମନକଥା ସବୁ ଖୋଲି ।
ରଜ ଅବସର ଭରିଦିଏ ମନେ
ସରାଗ ନୂଆ ଉତ୍ସାହ
ମାତା ବସୁମତୀ କରନ୍ତି ସ୍ନାହାନ
ତତପର ଚଷା ପୁଅ ।
ଗଣପର୍ବ ରଜ ଦିଅଇ ସନ୍ଦେଶ
କରଇ ମାଟିମନସ୍କ
ଜୀବନ ସୂତ୍ରକୁ ନ୍ଯାସେ ଅଭିମନ୍ତ୍ରେ
ଉଦ୍ଭାସେ ଦିବ୍ଯ ମହକ ।

