ମୋ ପ୍ରିୟା ଶ୍ରାବଣୀ
ମୋ ପ୍ରିୟା ଶ୍ରାବଣୀ


ଭିଜା ସକାଳରେ ଦେଖିଲି ତୁମକୁ
ଯେଦିନ ପ୍ରଥମ ଥର,
ମନ କାଗଜରେ ତୁମ ପ୍ରତିଛବି
ଆଙ୍କି ହୋଇଗଲା ମୋର।
ଆଖିରେ ଆଖିରେ କେତେ କଥା ହେଲେ
ଦୁହେଁ ମିଶି ନିରୋଳାରେ,
ତନୁ ମନ ଆମ ଭିଜି ହଜୁଥିଲା
ଝିପି ଝିପି ବରଷାରେ।
ଇନ୍ଦ୍ରଧନୁ ଦେଲା ସାତରଙ୍ଗ ବୁଣି
ଆମରି ମିଳନ ଦେଖି,
ବାଦଲ ଉହାଡେ ସୂରୁଜ ଯେ ଥାଇ
ଦିଅନ୍ତି ମୁରୁକି ହସି।
ମୋ କାବ୍ୟର ତୁମେ ରୂପସୀ ନାୟିକା
ତୁମେ ମୋ ସପନ ରାଣୀ,
ପ୍ରୀତିର ବର୍ଷାରେ ଭିଜାଇଲ ମୋତେ
ଆଗୋ ମୋ ପ୍ରିୟା ଶ୍ରାବଣୀ।