STORYMIRROR

Sridhar Mallick

Romance Others

4  

Sridhar Mallick

Romance Others

ମୋ ପ୍ରିୟା ଶ୍ରାବଣୀ

ମୋ ପ୍ରିୟା ଶ୍ରାବଣୀ

1 min
371

ଭିଜା ସକାଳରେ ଦେଖିଲି ତୁମକୁ

ଯେଦିନ ପ୍ରଥମ ଥର,

ମନ କାଗଜରେ ତୁମ ପ୍ରତିଛବି 

ଆଙ୍କି ହୋଇଗଲା ମୋର। 


ଆଖିରେ ଆଖିରେ କେତେ କଥା ହେଲେ

ଦୁହେଁ ମିଶି ନିରୋଳାରେ,

ତନୁ ମନ ଆମ ଭିଜି ହଜୁଥିଲା 

ଝିପି ଝିପି ବରଷାରେ।


ଇନ୍ଦ୍ରଧନୁ ଦେଲା ସାତରଙ୍ଗ ବୁଣି

ଆମରି ମିଳନ ଦେଖି,

ବାଦଲ ଉହାଡେ ସୂରୁଜ ଯେ ଥାଇ 

ଦିଅନ୍ତି ମୁରୁକି ହସି।


ମୋ କାବ୍ୟର ତୁମେ ରୂପସୀ ନାୟିକା 

ତୁମେ ମୋ ସପନ ରାଣୀ,

ପ୍ରୀତିର ବର୍ଷାରେ ଭିଜାଇଲ ମୋତେ 

ଆଗୋ ମୋ ପ୍ରିୟା ଶ୍ରାବଣୀ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance