ରଥ
ରଥ


କିଛି ଲେଖନ୍ତୁ
ହୋ ଭକତେ,
କାଲିଆ ଆସିଲା ରଥରେ
ଆକାଶର ଜଳ ମେଘ ମାଳ ମାଳ
ଖରା ହଟିଗଲା ପଥରେ।
ହୋ ଭକତେ,
ବରଷିଲା ବାରି ଭୂମିରେ
ଗଛ କି ପତର ଝୁରି ହେଉଥିଲେ
ଆଲିଙ୍ଗନ ମୁଖ ଚୁମିରେ।
ହୋ ଭକତେ,
ଗଡୁଥିଲା ଝାଳ ମୁଣ୍ଡରୁ
ଘମିର, ଫୁଟୁକା ଦେହ କଲବଲ
ଏବେ ସଲସଲ ତୁଣ୍ଡରୁ।
ହୋ ଭକତେ,
ବଡ଼ ଦାଣ୍ଡ ତିନି ରଥରେ
ଲକ୍ଷ୍ମୀ ଠାକୁରାଣୀ ରୋଷ କଲେଣି
ଠାକୁରଙ୍କ ଆଖି ପଥରେ।
ହୋ ଭକତେ,
ରସିକିଆ ହାତୀ ଗଡିଲା
ଭକତ ସହିତ ରାସ ରସ କେଳି
ଚଞ୍ଚଲାଙ୍କ ରାଗ ବଢିଲା।
ହୋ ଭକତେ,
<p>ହେରା ପଞ୍ଚମୀରେ ଆସିଲେ
ରଥ ଭାଙ୍ଗି ରାଣୀ ପାନେ ଚଖେଇ
ହେରା ସାହି ଦେଇ ଖସିଲେ।
ହୋ ଭକତେ,
ଗୁଣ୍ଡିଚା ବଗିଚା ପଣସ
ଖାଇବାକୁ ରଜା ମାରିବାକୁ ମଜା
ଅପେକ୍ଷାରେ ଥିଲେ ବରଷ।
ହୋ ଭକତେ,
କଳା ପାହାଡ଼ର ଠାଣିକୁ
ଦେଖିବାକୁ ଉଭା ଦେବତା ଦାନବ
ଜୟ ଜୟ ଦିଅ ବାଣୀକୁ।
ହୋ ଭକତେ,
କାଲିଆ ସହିତ ବଳିଆ
ଭଉଣୀ ସୁଭଦ୍ରା ସାଥିରେ ଅଛନ୍ତି
ଆମ ପରିବାର ଭଳିଆ।
ହୋ ଭକତେ,
ଆମ ପାଇଁ ରାମ ଗୋପାଳ
ଦୁଃଖେ ସୁଖେ ସଦା ଡ଼ାକିଲେ ଶୁଣନ୍ତି
ଜଗତେ ଉଛୁଳେ ଚହଳ।
ଜୟ ଜଗନ୍ନାଥ ସ୍ଵାମୀ ନୟନ ପଥ ଗାମୀ ଭବ ତୁମେ ।