STORYMIRROR

Kulamani Sarangi

Romance

4  

Kulamani Sarangi

Romance

ସ୍ମୃତିଭିଜା ବର୍ଷାରାତି

ସ୍ମୃତିଭିଜା ବର୍ଷାରାତି

1 min
314


ମନେପଡେ ହଜିଲା ଅତୀତ, 

ଆଉ ସେ ଅଭୁଲା ସ୍ମୃତି

ବର୍ଷାଭିଜା ପ୍ରଣୟ ସଙ୍ଗୀତ।


ଟିଣ ଛାତ, ତା'ଉପରେ

ବୁନ୍ଦା ବୁନ୍ଦା ପାଣି,

ରିମଝିମ୍ ବର୍ଷା,ତୋଳିଥିଲା

ପ୍ରଣୟର ସଙ୍ଗୀତ ରାଗିଣୀ। 


ମୁକ୍ତ ବାତାୟନ ଆଉ ଆମ୍ବଗଛର ପତ୍ରରୁ

ପଡୁଥିଲା ପାଣି,

ପ୍ରିୟା ଥିଲା ମୋ କୋଳରେ,

ବିନ୍ଦୁ ବିନ୍ଦୁ ଜଳକଣା ପଡ଼ି,

ଭିଜା ଯାଉଥିଲା ତାର ମଥାର ଓଢ଼ଣୀ।


ଆ ! ମାଟିର କି ବାସ୍ନା ସତେ!

ପଦ୍ମିନୀ ପ୍ରିୟାର ଅଙ୍ଗ

ସୁରଭି ଯେମନ୍ତେ !


କବରୀ ସୁରଭି ସଙ୍ଗେ

ମାଟିବାସ୍ନା ମିଶିଯାଇ

ହୋଇଥିଲା ଏକାକାର,

ବଢୁଥିଲା ବୟସ କଳା ରାତ୍ରିର,

ବଢୁଥିଲା ବର୍ଷାର ନିର୍ଝର।


ଉପବନୁ ଭାସିଆସୁଥିଲା

ଜାଇଫୁଲ ଅପୂର୍ବ ବାସନା,

ପାଖ କେଉଁ ସଙ୍ଗୀତ ଆସରୁ

ମେଘମହ୍ଲାର ତାଳରେ

ଗାଉଥିଲା ରୂପସୀ ଲଳନା।


କଳା ଘୁଙ୍ଗୁର ମେଘରେ ଯାଉଥିଲା

ନାଚି ସୌଦାମିନୀ,

ଦର୍ଦ୍ଦୁର ଡାକରେ,କମ୍ପି ଉଠୁଥିଲା 

ଅନ୍ଧାର ରଜନୀ।


ମନେପଡେ,

ପ୍ରାଣପ୍ରିୟା ଓଠଧାରେ ହସ ମୁକ୍ତା

ଝଲକି ଯିବାର,

ମନେପଡେ ଟଣା ଟଣା ଆଖିରେ ତା

ନିଶା ମଦିରାର;


ମନେପଡେ ସେଦିନର 

ଶ୍ରାବଣୀ ରାତିରେ;

ହଜି ଯାଇଥିଲା ପ୍ରିୟା

ନିବିଡ଼ ମୋ ବାହୁ ବନ୍ଧନରେ।


ବିଜୁଳି ଝଲକ ଆଉ ତା ସହିତ

ମେଘ ଘଡଘଡି,

ଡରିଯାଇ ଥିଲା ସୋନା

ଛାତିରେ ମୁଁ ଧରିଥିଲି ଭିଡି।


ରାତିସାରା ଝରୁଥିଲା ବରଷା ପ୍ରବଳ

ଅଲିଭା ସେ ଅତୀତର ସ୍ମୃତି,

ରହିଗଲା ସ୍ମୃତିରେ କେବଳ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance