ଶୀର୍ଷକବିହୀନ କବିତା
ଶୀର୍ଷକବିହୀନ କବିତା
ନିଜକୁ ଚିହ୍ନିବା ପାଇଁ
ବେଶି ସମୟ ଲାଗେନି,
ଆଖିବୁଜି ଚିନ୍ତାକର ଥରେ,
ମିଛ ମୋହ ଗର୍ବ ଅହଙ୍କାରେ
ଅନ୍ଧତ୍ବ କେମିତି ଆମ ସମସ୍ତଙ୍କୁ ଘାରେ।
ସେ ନୀଳ ଚଷମା ଗୋଟି ଫିଙ୍ଗିଦିଅ
ସବୁ ସ୍ବଚ୍ଛ ନିର୍ମଳ ପ୍ରକାଶ,
ଯାହାସବୁ ଦିଶୁଥିଲା
ଡେଙ୍ଗା ଡେଙ୍ଗା ମହାଦ୍ରୁମ
ବାସ୍ତବରେ ଥିଲା ସବୁ ଘାଷ।
ସଂସାରର ନୀଳନଈ
ତାଭିତରେ ଛୋଟ ଡଙ୍ଗା ପାଲବନ୍ଧା,
ଯେତେ ଯାତ୍ରୀ ନାଉରୀ ହାତରେ
ସମସ୍ତଙ୍କ ଜୀବନଟି ବନ୍ଧା।
ଆସିଲେ ଝଡ଼ ପବନ
ସବୁ ହେବ ନିମିଶକେ ଲୀନ,
ସବୁ ଜାଣିଶୁଣି,ଏତେ ଅହଙ୍କାରେ
କିଆଁ ହାତାହାତି ସହଯାତ୍ରୀ ଗଣ !!
ଏ ଯାତ୍ରାର ଶେଷ ମହା ସାଗରରେ
ସବୁ ଜାଣି କାହିଁକି ଅଜଣା !
ହେ ଜଳବୁଦ୍'ବୁଦ ! ସର୍ବେ ମହା ଜଳଧିର ଅଂଶ
ଏକଥା ତ ସମସ୍ତଙ୍କୁ ଜଣା....