STORYMIRROR

Kabiratna Nutan Kumar Behera

Inspirational

3  

Kabiratna Nutan Kumar Behera

Inspirational

ହେ ପ୍ରଭୁ ମୋତେ ରକ୍ଷାକର

ହେ ପ୍ରଭୁ ମୋତେ ରକ୍ଷାକର

1 min
159

ଦୟାମୟ ବଡ଼ ଠାକୁର

    ତୁମେ ତ ଅଛ ଭବେ ଚିର 

ପ୍ରାଣୀଙ୍କ ପ୍ରାଣର ଈଶ୍ୱର

   ହେ ପ୍ରଭୁ ମୋତେ ରକ୍ଷାକର।୦।


ତୁମଠୁ ବ୍ୟାପିଛି ବ୍ରହ୍ମାଣ୍ଡ

    ତୁମେ ସାକାର ନିରାକାର 

କେନ୍ଦ୍ରରେ ରହି ଶାଶ୍ଵତ

    ଚଳାଅ ଏ ସାରା ସଂସାର।୧।


ବିଧିର ବିଧାନେ ବାନ୍ଧିଛ

     ଜଗତରେ ସଚରାଚର 

ତୁମ ବିନା ନାହିଁ ମୁକତି

     ତୁମେ ସୂତ୍ରର ସୂତ୍ରଧର।୨।

ଦୟାମୟ......

   ହେ ପ୍ରଭୁ ମୋତେ ରକ୍ଷାକର...


ଦେଇଛ ମାନବ ଜନମ

     ଡ଼ାକେ ତୁମକୁ ନିରନ୍ତର 

ରହିଛି ତୁମ କୃପା ଲଭି

    କର ହେ ବିପଦୁଁ ଉଦ୍ଧାର।୩।

ଉଡ଼େ ତୁମର ଯଶ ବାନା

    ନୀଳ ଆକାଶେ ଫରଫର 

ପାପରୁ ପତିତ ଉଦ୍ଧାରି

    ତୁମେ ସଦା କଲ୍ୟାଣ କର।୪।

ଦୟାମୟ......

   ହେ ପ୍ରଭୁ ମୋତେ ରକ୍ଷାକର...


ବିଶ୍ୱବିହାରୀ ତୁମେ ବିଭୁ

     ବିଭବର ଭବ ସାଗର 

ଆଦିରୁ ଅନ୍ତ ଯାଏଁ ସବୁ

    ଚାଲେ ଇଙ୍ଗିତରେ ତୁମର।୫।

ତୁମେ ସତ୍ୟ ଜ୍ଞାନର ଜ୍ୟୋତି

     ଘୁଞ୍ଚାଅ ଅଜ୍ଞାନ ଅନ୍ଧାର 

ତୁମକୁ ପ୍ରାର୍ଥନା ଏତିକି

    ଦିଅ ବାରେ ଅଭୟ ବର।୬।

ଦୟାମୟ......

   ହେ ପ୍ରଭୁ ମୋତେ ରକ୍ଷାକର...



Rate this content
Log in

Similar oriya poem from Inspirational