STORYMIRROR

Hemanta kumar Sahoo

Inspirational

3  

Hemanta kumar Sahoo

Inspirational

ମହାଯାତ୍ରା

ମହାଯାତ୍ରା

1 min
116


କାଳ ସରିଯିବ ବେଳ ବୁଡ଼ିଯିବ

ଶୋଇବା ଚିର ନିଦ୍ରାରେ 

ହଲେଇଲେ ଆମ ନିଦ ଭାଙ୍ଗିବନି

କାଳ ଧରି ନେବ ବଳେ ।।


ଆସିଛେ ଏକଲା ଯିବାଟି ଏକଲା 

ଧନ ପରିବାର ଛାଡ଼ି 

ସ୍ଵାର୍ଥ ପଛେ ଧାଇଁ ଧନ ସାଉଣ୍ଟୁଛେ

କି କାମକୁ ଅବା ସରି ?


କ୍ରୋଧ ଅହଂକାର ଗର୍ବ ରଖି ମନେ 

ହେଉଛୁ ଜଗତଜୀତା

ଜାଣି ପାରୁ ନାହୁଁ କେଇଟା ଦିନରେ

ହଜି ଯିବ ଆମ ଚେତା !


କେତେବେଳେ କ'ଣ କା ସଙ୍ଗେ ଘଟିବ 

କେହି ନ ପାରିବା ଜାଣି 

କିଏ ଆଗ କିଏ ପଛ ହୋଇଯିବ 

ମହାଯାତ୍ରା ବୀଜ ବୁଣି ।।


ଯେତେ ଚେତାଇଲେ ଜମା ଚେତିଲନି

ପାଇବଟି ପରାଭବ 

କାଳର ହସ୍ତରୁ ରକ୍ଷା ନ ପାଇବ

ଘୋଷାରି ଘୋଷାରି ନେବ ।।


ଧର୍ମ ପଥ ହେଜ ଲୁଚିଯିବ ଲାଜ 

ସତ୍ୟ ପଥ କର ଭେଳା

ହାତେ କାତ ଧରି କରିଦେବେ ପାରି 

ମହାପ୍ରଭୁ ଚକାଡୋଳା।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational