ସେ ଈଶ୍ବର
ସେ ଈଶ୍ବର
ଈଶ୍ବର ବୋଲିଣ ଜଣେ କେହି ଛନ୍ତି
ଶୁଣିଛି ଛୋଟ ବେଳରୁ
ହେଲେ ଆଜିଯାଏ ଦେଖି ପାରିଲିନି
ମୋର ଏହି ନୟନରୁ ।
ଫଟରେ ଦେଖୁଛି ବିଭିନ୍ନ ରୂପରେ
ମନ ମତାଣିଆ ଠାଣି
କିଏ ତୁମେ ପ୍ରଭୁ ପ୍ରକୃତ ରୂପଟି
ମୋର ମନ ବୁଝିଲାନି।
ଚାରିଯୁଗେ ଚାରି ଅବତାର ନେଇ
ଧରିତ୍ରୀକୁ ପରା ଆସ
ପାପିଙ୍କୁ ବିନାଶି ସନ୍ଥ ପାଳ ବୋଲି
ଜଗତରେ ଅଛି ଯଶ ।
ରାବଣ ବଧିବା, କଂସକୁ ମାରିବା
ପୃଥିବୀ ନିକ୍ଷେତ୍ରୀ ହେବା
କାହାଣୀରୁ ପଢି ଏତିକି ଜାଣିଛି
ତୁମେ ଅଟ ବିଶ୍ବ ଦେବା ।
ତୁମେ ତ କୁଆଡେ ସୃଷ୍ଟି କରିଅଛ
ସଚରାଚର ଜଗତ
ପାଣି ବାୟୁ ଅଗ୍ନି ସୂର୍ଯ୍ୟ ଚନ୍ଦ୍ର ପୁଣି
ତୁମରି ପକ୍ଷେ ସମ୍ଭବ ।
ମଣିଷ ପରା ଦେଇ ଦିବ୍ୟଜ୍ଞାନ
ଧରଣୀରେ କରି ଜାତ
ମଣିଷ ଦ୍ବାରା ହିଁ ସମ୍ଭବ କରାଅ
ଏ ଜଗତ ଯେତେ କାର୍ଯ୍ୟ ।
ତୁମେ ତ କୁଆଡେ ନିରାକାର ଅଟ
ଆକାର ନାହିଁ ତୁମର
ପୁଣି ରୂପେ ଆସି ବିନାଶ କରୁଛ
ଦୁର୍ଦ୍ଧାନ୍ତ ପରି ଅସୁର ।
ତୁମ ମାୟା ପ୍ରଭୁ ତୋତେ ଜଣାଥିବ
ଆମେ ବା ଜାଣିବୁ କାହିଁ
ସରଳ ହୃଦୟ ନିଷ୍ପାପ ଶରୀର
ମଣିଷ ଜୀବନ ବହି ।
