STORYMIRROR

Hemanta kumar Sahoo

Inspirational

4  

Hemanta kumar Sahoo

Inspirational

କି ଦେଖୁଛ ପ୍ରଭୁହେ

କି ଦେଖୁଛ ପ୍ରଭୁହେ

1 min
381


କି ଦେଖୁଛ ପ୍ରଭୁ ହେ 

ଏହି ସଂସାର ନୀତି

ତୋର ସୃଷ୍ଟି ଆଜି ରସାତଳ ଗାମୀ

ମନରେ କି ତବ ନ ଆସେ ଭୀତି 

କି ଦେଖୁଛ ପ୍ରଭୁ ହେ ।।

ଜଗତ ତ ଅରାଜକତା 

କହିଦେଲେ ଦୋଷ ଓଲଟା

କହିବାକୁ ଲାଜ ଲାଗୁଅଛି ମୋତେ 

ପଡୁଅଛି ଦିନୁ ଦିନ ଦୁର୍ଗତି 

କି ଦେଖୁଛ ପ୍ରଭୁ ହେ !!

ସବୁ ଥାଇ କିଛି ତ ନାହିଁ

ସତ ବନ୍ଧା ପଡି ଅଛଇ

ଭଲ କହିଦେଲେ ଭେଲ ହେଇଯାଏ

ଦେଖି ମୋ କରତି ହୁଅଇ ଛାତି 

କି ଦେଖୁଛ ପ୍ରଭୁ ହେ !!

ଯୁଆଡ଼େ ବରଷା ସିଆଡେ ଛତା 

କାହାକୁ କହିବି ଶୁଣିବ କଥା

ମନ କଥା ମୋର ମନେ ମରୁଅଛି

ଦେଖି ଏ ସମାଜର ରୀତି ନୀତି

କି ଦେଖୁଛ ପ୍ରଭୁ ହେ !!

ସ୍ଵାର୍ଥ ପଛେ ହେଲେଣି ଅନ୍ଧ 

ବିନା ସ୍ଵାର୍ଥେ ନ ମିଳେ କାନ୍ଧ 

ମଧୁର ବଚନ ହେଲା ଊଣା ଜାଣ 

କର୍କଶ ବଚନ ଏବେ ଚାଲିଛି 

କି ଦେଖୁଛ ପ୍ରଭୁ ହେ !!

ବାପେ ପୁଅ ବିଶ୍ବାସ ନାହିଁ

ଧନ ଥିଲେ ସବୁ ଅଛଇ

ସାମାନ୍ୟ କେଇଟା ପଇସାଟେ ପାଇଁ

ଭାଇ ଭାଇ ଦେଖ ଯୁନ୍ଧ ଚାଲିଛି 

କି ଦେଖୁଛ ପ୍ରଭୁ ହେ !!

ଝିଅ ନାହିଁ ମାଆ କଥାରେ 

ବୁଲୁଅଛି ନିଜ ଇଚ୍ଛାରେ

ଫୁଙ୍ଗୁଳା ଦେହକୁ ଦେଖେଇ ବୁଲଇ

ଲାଜ ସରମ କି ପୋଡ଼ି ଖାଇଛି 

କି ଦେଖୁଛ ପ୍ରଭୁ ହେ !!

ଧର୍ମପଥ ହେଲାଣି ନଷ୍ଟ 

ପଛେ ତଣ୍ଟି କାଟନ୍ତି ଦେଖ 

ପ୍ରେମ ପଛେ ବାଇ ହୋଇଲେଣି ଛୁଆ 

ମୋବାଇଲ୍ ପରା କାଳ କରିଛି 

କି ଦେଖୁଛ ପ୍ରଭୁ ହେ ।।

ଅନ୍ୟାୟ ଅନୀତି ରାଜୁତି

ଧନ ପାଇଁ ପରା ଚାଲିଛି 

ଧରାକୁ ମଣନ୍ତି ସରା ସମାନରେ

ବାପା ମାଆ ଏଠି ହୁଅନ୍ତି ଦୁଃଖୀ

କି ଦେଖୁଛ ପ୍ରଭୁ ହେ ।।

ହସ୍ତେ ଧରି ସୁଦର୍ଶନ 

ନିଅ ପାପୀଙ୍କର ଜୀବନ

ତୁମେ ଏକା ସାହା ବଳିଆର ବାହା 

ତୋ ବିନା ଜଗତ ନଷ୍ଟ ଯାଉଛି

କି ଦେଖୁଛ ପ୍ରଭୁ ହେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational