STORYMIRROR

Hemanta kumar Sahoo

Classics

4  

Hemanta kumar Sahoo

Classics

ଶୁଭ ସକାଳ(ନୀତିବାଣୀ)

ଶୁଭ ସକାଳ(ନୀତିବାଣୀ)

1 min
402


ଶନିବାର ଭାଇ ଗଲା ତା' ବାଟରେ 

ଆସିଗଲା ପରା ରବିବାର

ସକାଳ ହୋଇଲା ରାତି ପାହିଗଲା 

ପିତାମାତା ପାଦ ତଳେ ପଡ ।।

ସୂର୍ଯ୍ୟ ଦେବତାଙ୍କୁ ପୂଜୁଥିବ ସର୍ବେ 

ଦିନଟି ବିତିବ ଶୁଭରେ

ଯଦି ମନ ମଧ୍ୟେ ଭକ୍ତି ଭରିଥିବ

କାର୍ଯ୍ୟ ହେବ ସୁରୁଖୁରୁରେ।।

ମଣିଷ ଜନମ ହିନିମାନିଆ ଯେ 

କେତେ ଝଡ଼ଝଞ୍ଜା ଆସିବ 

ହସ ଲୁହ ଲହୁ ପିଇବାକୁ ହେବ 

ସବୁକିଛି ତୁମେ ସହିବ ।।

ଜନମ ମରଣ ନିୟତିର ଦାନ 

ଜନମ ହୋଇଛେ ମରିବା 

ମରିବା ପାଇଁ କି ଡରିବା କାହିଁକି

ସତ୍ୟ ପଥ ଅନୁସରିବା।।

ସତ୍ୟ ଧର୍ମ ଯଦି ଜଗି ଚଳୁଥିବା 

ମରଣ ଛାର କି କରିବ 

ବରଂ ଆନନ୍ଦରେ ପାଛୋଟି ନେବ ସେ 

ସ୍ଵର୍ଗପୁରେ ସ୍ଥାନ ପାଇବ ।।

ଅସତ୍ୟରେ ଯଦି ଚାଲୁଥିବା ଆମେ 

ନିଜ ଦୋଷ ଡରାଉଥିବ 

କାଳେ ନରକରେ ଘାଣ୍ଟିବ ସେ ଯମ 

ଡରି ମରି ଛାନିଆ ହେବ ।।

ମନେ ରଖ ବନ୍ଧୁ ସତ୍ୟକୁ ଧରିବା 

ଦମ୍ଭ ହୋଇ ଚାଲୁଥିବା ପଥ 

ଅନ୍ୟାୟ ପଥକୁ ବର୍ଜନ କରିବା 

କଷ୍ଟ ସହି କହୁଥିବା ସତ ।।

କଥାରେ କୁହନ୍ତି ସତ୍ୟପଥେ ଥିଲେ 

ଅଗ ଗୋଡେ ନ ଫୁଟଇ କଣ୍ଟା

ସତ୍ୟର ପଥ ହିଁ ସତ ହୋଇଥାଏ

ଅସତ୍ୟ ପଥଟା ହଟହଟା ।।

ତେଣୁ ଆପଣଙ୍କୁ କେଉଁ ପଥ ଭଲ 

ବିଚାର ଆପଣ ମାନଙ୍କର 

ମୋର ନୀତିବାଣୀ ଭଲ ହିଁ କହିବ

ପାଳନ କରିବ ବନ୍ଧୁ ମୋର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics