STORYMIRROR

Hemanta kumar Sahoo

Abstract

4  

Hemanta kumar Sahoo

Abstract

ଆସିଛି ହୋଲି

ଆସିଛି ହୋଲି

1 min
249


ରସରସିଆଙ୍କ ମନ ମତାଣିଆ

ଫଗୁ ଖେଳ ଦେଖ ଚାଲିଛି 

ସେ ବାଙ୍କ ଚୂଳିଆ ଗୋପାଙ୍ଗନା ମେଳେ 

ରାଧା ଗାଲେ ରଙ୍ଗ ମାରୁଛି ।।

ଆସିଛିରେ ଆସିଛି ଆସିଛି ହୋଲି 

ସେତ ରଙ୍ଗର ପସରା ମେଲି

ଆସରେ ଗୋବିନ୍ଦ ଆସ ଗୋପାଳ

ମାରିବାରେ ପିଚକାରୀ 

ସେଥେ ଭିନ୍ନ ଭିନ୍ନ ରଙ୍ଗ ଭରି ।।

ମୋ କଳା ଗୋବିନ୍ଦ ବୁଲୁଥିଲା ଦେଶ 

ଭକତଙ୍କୁ ସାଙ୍ଗ କରି 

ଘରେ ଘରେ ଵୁଲି ଭୋଗ ସେ ଖାଇଛି 

ରାଧା ସଖୀ ସଙ୍ଗ ଧରି 

ମନ ଆନନ୍ଦରେ ଉଠେ ପୁରି।।

କଳା ଧଳା ନାଲି ଗୋଲାପୀ ରଙ୍ଗରେ 

ଫେଣ୍ଟି କରିଅଛି ରଙ୍ଗ 

ମୁଣ୍ଡ ଫଟା ରଙ୍ଗ ଦେଇଛି ମିଶାଇ 

ସଙ୍ଗେ ଅଭିରର ଗୁଣ୍ଡ 

ଖେଳ ସରିଲେ ଖାଇବା ଭାଙ୍ଗ ।।

କାହ୍ନୁ ଆଉ ରାଇ ଯେଉଁପରି ଦେଖ

ହେଉଛନ୍ତି ବୋଳାବୋଳି

ଫୁଲର ଦୋଳିରେ ଝୁଲନ୍ତି ମଜାରେ 

ଲାଜ ସରମକୁ ଛାଡି 

ଆମେ ଯିବା ସେହିପରି ମାଡ଼ି ।।

ବରଷକ ପରେ ଆସିଅଛି ହୋଲି 

ଭେଦା ଭେଦ ମନୁ ଭୂଲି 

ଭାଇ ଚାରା ନେଇ ମାତିବା ଖେଳରେ 

ହେଉଥିବା କୋଳାକୋଳି

ମାଜିବ ମୃଦଙ୍ଗ ଭେରୀ‌ ।।

ମଳୟ ପବନ ଉଲ୍ଲସିତ ମନ 

ପ୍ରଖର ଖରାର ତେଜ 

ଟହ ଟହ ତାତି ଖରାର ପ୍ରକୃତି 

ଦେହକୁ ଲାଗଇ ତେଜ 

ସୂର୍ଯ୍ୟ ଦେବଙ୍କର ଏ କି ରାଗ ?

କାଳିଆ ମଜାରେ ବସି ବିମାନରେ 

ପଙ୍ଖାରେ ବିଞ୍ଚା ଖାଉଛି 

ଦେଖୁଛି ଭକତଙ୍କର ରୀତି ନୀତି

ଖରା କିପରି ବାଧୁଛି

ରଙ୍ଗ ଖେଳର ମଜା ଜମୁଛି ।।

ଢୋଲ ତାଳେ ତାଳେ ପଡୁଅଛି ଗୋଡ଼ 

ମାଇକିର ଉଚ୍ଚା ସ୍ଵର 

ରଙ୍ଗବତୀ ଗୀତ ଠାକୁର ସ୍ଥାନରେ

କାନକୁ ତ ଅସୁନ୍ଦର 

ଇଏ ପରା କଳିକାଳ !!

ଏମିତି ରଙ୍ଗକୁ ତିଆରିବ ଭାଇ 

ଧୋଇଦେଲେ ଛାଡିଯିବ 

ବାନିସ୍ ମୋବିଲ୍ କେମିକାଲ ରଙ୍ଗେ

କେବେ ରଙ୍ଗେଇ ନ ହେବ 

ରୋଗକୁ କିଣି ବସିବ ।।

ଆମେ ଯା କରିବା ପିଲାଏ ଶିଖିବେ 

ସତ ଉପଦେଶ ଦେବା 

ରୋଗୀ ପାଗଳ କି ମାନ୍ୟ ଗନ୍ୟ ବ୍ୟକ୍ତି 

ସଙ୍ଗେ ହୋଲି ନ ଖେଳିବା 

ମଣିଷତ୍ବ ଜଗିଥିବା ।।

ଈଶ୍ବରଙ୍କ ପାଶେ ପ୍ରଣତି ଜଣାଏ 

ହେ ପ୍ରଭୁ ରାଧା ଗୋବିନ୍ଦ

ସାହା ହେବେ ପ୍ରଭୁ ଅଧମ ସନ୍ତାନେ

ଅପଥେ କେବେ ନ ନେବ 

ପ୍ରଭୁ ଟିକେ ଜଗିଥିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract