STORYMIRROR

Hemanta kumar Sahoo

Abstract

4  

Hemanta kumar Sahoo

Abstract

ହେବି ମୁଁ କବି

ହେବି ମୁଁ କବି

1 min
338


ହେଵି ମୁଁ କବି 

ମଣିଷ ହୃଦୟେ ସ୍ନେହ ମମତାର

ଆଙ୍କିବି ଛବି 

ସଚେତନା ବଳେ ସୁରକ୍ଷା ଦେବି ।।


ହେଵି ମୁଁ କବି 

ଅନ୍ୟାୟ ବିରୁଦ୍ଧେ ଲେଖନୀ ମୁନରେ 

ଗାର ଟାଣିବି 

ଅମଣିଷଙ୍କୁ ମୁଁ ବୁଝାଇ ଦେବି ।।


ହେଵି ମୁଁ କବି 

ଛୋଟ କବିଙ୍କୁ ମୁଁ ଆପଣାର କରି 

କୋଳେଇ ନେବି

ପିତାମାତାଙ୍କ ପାଇଁ ମୁଁ ସଜ କରିବି ।।


ହେବି ମୁଁ କବି 

ଅପଥରେ ଗଲେ ପଛେ ରହି ମୁହିଁ 

ଟାଣି ଧରିଵି

ପ୍ରକୃତ ବାଟକୁ ଦେଖେଇ ଦେବି ।।


ହେବି ମୁଁ କବି 

ହିଂସା ଉପରେ ମୁଁ ଅଙ୍କୁଶ ଲଗାଇ 

ଲେଖି ଚାଲିବି

ଲେଖାରେ ଲେଖାରେ ଚେତନା ଦେବି ।।


ହେବି ମୁଁ କଵି 

ଜନ ମାନସରେ ଧାର୍ମିକ ଭାବନା 

ସୃଷ୍ଟି କରିବି

ଈଶ୍ବରୀୟ ପଥ ବତାଇ ଦେବି ।।


ହେଵି ମୁଁ କବି 

ନିଶା ବିରୁଦ୍ଧରେ ସଚେତନ ଲେଖା 

ଜାରି ରଖିବି

ମଦୁଆଙ୍କୁ ନୁହେଁ ମଦ ଛାଡିବାକୁ 

ପ୍ରେରଣା ଦେବି ।।


ହେବି ମୁଁ କବି 

ସମସ୍ତଙ୍କ ସହ ସୁ ସମ୍ପର୍କ ରଖି 

ଆଗକୁ ଯିବି

ପ୍ରକୃତି ରକ୍ଷାର ବାରତା ଦେବି ।


ହେବି ମୁଁ କବି 

ଜନ ହିତକର କାମ କରିବାକୁ 

ଲେଖି ଚାଲିବି

ଆନର ଦୁଃଖରେ ଦୁଃଖି ହୋଇବି ।।


ହେବି ମୁଁ କବି 

ନିରାଶ୍ରୟଙ୍କୁ ମୁଁ କବିତା ମାଧ୍ୟମେ 

ସାହା ହୋଇବି 

ଜନ ଜାଗରଣ ସୃଷ୍ଟି କରିବି ।।


ହେବି ମୁଁ କବି 

ଆନ କବିତାକୁ ଆନନ୍ଦରେ ନେଇ

ପାଠ କରିବି

ପଢ଼ିସାରି ମତାମତ ରଖିବି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract