STORYMIRROR

Hemanta kumar Sahoo

Romance

3  

Hemanta kumar Sahoo

Romance

ମୋ ନୀଳପରୀ

ମୋ ନୀଳପରୀ

1 min
187


ପରୀ ତ ପରୀ ମୋ ନୀଳପରୀ

ମୋ,ପରୀ ପରି କିଏ ହଵ

କୋଟିଏ ମାଣିକ ସୁନା ହୀରା ମୋତି 

ତା ସଙ୍ଗେ କି ସରି ହେବ ?

ନିର୍ମଳ ହୃଦୟ ସଜ ଫୁଟା ଫୁଲ

ଗୋଲାପ ଅଧର ଯାର 

ହସି ଦେଲେ ମଧୂ ଝରି ପଡେ ଓଠୁ

ସତେକି ଶ୍ରାବଣ ଧାର 

ରାଜହଂସୀ ଚାଲି ଚାଲୁଥାଏ ଯେବେ 

ମୁନି ଋଷି ମତିଭ୍ରମ

କଜ୍ଜଳ ଆଖିରେ ଚାହାଣୀ ଯୋଖି ସେ 

କୁହୁକ ନୟନ ବାଣ ।।

ଲମ୍ବା ବେଣୀ ତାର ଓହଳି ପଡଇ 

କୋମଳ ପାଦକୁ ଛୁଇଁ

କୋମଳ ବଚନ ଭାଷି ଦିଏ ଯେବେ 

ତନୁମନ ଯାଏ ମୋହି ।।

କୋମଳ କଣ୍ଠୀ ସେ ମାଦକ ଜଗାଏ

ଯେତେବେଳେ ଡାକି ଦିଏ 

ଭ୍ରୁକୁଞ୍ଚନ କରି ପ୍ରେମ ଚାହାଁଣୀରେ 

ମନ ମୋର ମୋହି ନିଏ।।

ପରକୁ ଆପଣା କରିବା ତାହାର

ବାମ ହାତର ଯେ ଖେଳ 

ମୋ ଘରେ ସେ ପାଦ ଦେବା ଦିନଠାରୁ

ଲକ୍ଷ୍ମୀ ମାତା କରେ ଖେଳ ।।

ସ୍ଵାମୀ ସୋହାଗିନୀ ମୋ ମନ ମୋହିନୀ 

ସ୍ନେହ ରସ ବିଞ୍ଚି ଦେଇ 

ମୋ ପରିବାରକୁ ବାନ୍ଧି ରଖିଅଛି 

ପଣତ କାନିରେ ନେଇ।।

ସମସ୍ତଙ୍କର ସେ ଅତି ପ୍ରିୟ ଅଟେ 

କାମରେ ସେ ଧୁରନ୍ଧର

ବନ୍ଧୁ ବାନ୍ଧବଙ୍କୁ ଯଥେଷ୍ଟ ସମ୍ମାନ

ଦେଇ କରେ ଆପଣାର।।

ଶାଶୁ ଶ୍ୱଶୁରଙ୍କୁ ଭକତି ବାଢଇ 

ନୀତି କରେ ତାଙ୍କ ସେବା 

ସେଥିପାଇଁ ସିଏ ଗେହ୍ଲୀ ବୋହୂଟିଏ

ସବୁରି ମୁଖରେ ବାଃ ବାଃ ।।

ଘର ଛାବି କାଠି ମାଆ ତାକୁ ଦେଇଛି 

ଦାଇତ୍ୱ ବୁଝଇ ସବୁ 

ପୂଜା ପାର୍ବଣରେ ଭକତି ବାଢିଣ‌

ପୂଜେ ଦେବୀ ଦେବତାଙ୍କୁ ।।

ପାଠ ଶାଠ ପଢି ଶିକ୍ଷା ପାଇ ଅଛି 

ଭାରି ଶାନ୍ତି ପ୍ରିୟ ସେହୁ

କନ୍ଦଳ ଠାରୁ ସେ ଦୂରରେ ରହଇ

ଡରଇ ଗଣ୍ଡଗୋଳକୁ ।।

ଏ ପରି ଘରଣୀ ପାଇକରି ମୁହିଁ

ମୋ ଜୀବନ ଅଟେ ଧନ୍ୟ 

ଈଶ୍ବରଙ୍କ ପାଶେ ପ୍ରଣତି ବାଢୁଛି

ଶାନ୍ତିରେ କଟୁ ଜୀବନ ।।



Rate this content
Log in

Similar oriya poem from Romance