STORYMIRROR

Hemanta kumar Sahoo

Others

3  

Hemanta kumar Sahoo

Others

ମୋ ପ୍ରୀତି ରଙ୍ଗ

ମୋ ପ୍ରୀତି ରଙ୍ଗ

1 min
185

ରଙ୍ଗ ଖେଳୁଅଛ ସପ୍ତ ରଙ୍ଗ ନେଇ

ରଙ୍ଗରେ ରଙ୍ଗେଇ ହୋଇ 

ସାଙ୍ଗ ସାଥି ମିଳି ମଉଜ କରୁଛ 

ମଦ ମାଂସରେ ଗାଧୋଇ ।।


ବକ୍ସ ବଜେଇ ବୋବାଲ କରୁଛ 

ନିଶା ପାଣି ନେଇ ସଙ୍ଗେ 

କେମିକାଲ ରଙ୍ଗ ବୋଳି ଚାଲୁଅଛ

ମନରେ ଆନନ୍ଦ ଫୁଟେ ।।


କୁଭାଷା କହିଣ ଦାଦାଗିରି କାଢି 

ଗୁରୁ ଗୁରୁଜନ ଏଡି

ନିଜର ସ୍ଵାର୍ଥକୁ ସାଧନ କରୁଛ 

ଗର୍ବ ଅହଙ୍କାରେ ପଡ଼ି ।।


ସ୍ନେହ ପ୍ରେମ ରଙ୍ଗ ଥରେ ତ ଲଗାଅ 

ସବୁଦିନ ରହିଥିବ 

ଏହି କିଣା ରଙ୍ଗ ଆଜି ଲଗାଇଲେ 

ଧୋଇଦେଲେ ଲିଭିଯିବ।।


ଅହିଂସା ପବିତ୍ର ପଥକୁ ଆଦରି 

ଆଦରେ ବୋଳିଲେ ରଙ୍ଗ 

ସେ ରଙ୍ଗ ହୃଦୟ ମଧ୍ୟେ ଦାଗ ହୋଇ 

ନିଶ୍ଚୟ ସୁଫଳ ନେବ ।।


ମଣିଷ ହୋଇଛେ ସ୍ନେହ ବନ୍ଧନରେ 

ଆଜି ବାନ୍ଧି ହୁଅ ଭାଇ 

ଏ ଦିନ କାଲିକୁ ଆଉ ଆସିବନି

ଗୋବିନ୍ଦ ଯିବେ ପଳାଇ ।।


ରାଧା ଗୋବିନ୍ଦଙ୍କ ଫଗୁ ଖେଳ ପରି 

ପବିତ୍ର ସମ୍ପର୍କ ନେଇ 

ରଙ୍ଗ ଖେଳି ଆନେ ରଙ୍ଗେଇ ଦେବାଟି

ଭାଇଚାରା ଭାବ ନେଇ ।।


ଏମିତି କିଛି ବି କର ନାହିଁ ବନ୍ଧୁ 

ସମ୍ପର୍କରେ ଦାଗ ହେବ 

ପବିତ୍ର ରଙ୍ଗକୁ ଥରେ ଲଗାଇଲେ 

ସବୁଦିନ ମନେ ଥିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍