STORYMIRROR

Pramodini Parichha

Inspirational

3  

Pramodini Parichha

Inspirational

ନାରୀଟିଏ

ନାରୀଟିଏ

1 min
132

ନାରୀଟିଏ ନୁହେଁ ଅବଳା ଦୁର୍ବଳା

     ସବୁକିଛି ଯିବ ସହି

ଦୁନିଆରେ ଯେତେ ଦୁଃଖ ଶୋକ ଅଛି

     ପଣତରେ ନେବ ବାହି ।।


ନାରୀଟିଏ ନୁହେଁ କାଠର କଣ୍ଢେଇ

    ଇସାରାରେ ନାଚୁଥିବ

ମନ ପୂରିଗଲେ ସମୟ ସୁଅରେ

    ନିଜକୁ ଭସାଇ ଦେବ ।।


ନାରୀଟିଏ ନୁହେଁ ସପନର ପରୀ

    ସହଜରେ ମିଳିଯିବ

ନାରୀଟିଏ ପାଇଁ ହସେ ଏ ସଂସାର

    ମନରୁ ଭୁଲି ନଯିବ ।।


ନାରୀଟିଏ ନୁହେଁ କାଚର ଆଇନା

    କ୍ଷଣିକରେ ତୁଟିଯିବ

ନିଜକୁ ଅଧିକା ସନ୍ତାନ ପାଇଁକି

     ଦୁନିଆ ଅଜାଡ଼ି ଦେବ ।।


ନାରୀଟିଏ ପରା ଶକ୍ତିର ଆଧାର 

    ଅଭାବେ ହଲି ନଯିବ

ଆସୁ ଯେତେ ଝଡ ଆସୁରେ ବତାସ

    ସ୍ଥିର ହୋଇ ରହିଥିବ ।।


ନାରୀଟିର ମାନ ବୁଝହେ ସଭିଏଁ

   ଭାଙ୍ଗ ନାହିଁ ତା'ର ମନ

ଭାଙ୍ଗି ଗଲେ ନାରୀ ଭାଙ୍ଗିବ ସମାଜ

   ପ୍ରଳୟ ଆସିବ ଯାଣ ।।


ମିଛ ନୁହେଁ ଏତ ଅନୁଭବ କଥା

    ଗୀତରେ ଯାଉଛି ଗାଇ

ଭୁଲ୍ ଯଦି ଥିବ ଦୋଷ ନ ଧରିବ

    ନିଜ ଗୁଣେ କ୍ଷମା ଦେଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational