Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kulamani Sarangi

Classics

3  

Kulamani Sarangi

Classics

ଘୋଷଯାତ୍ରା ୬

ଘୋଷଯାତ୍ରା ୬

1 min
192



 ଶରଧା ବାଲିରେ କମଳା ମିଳିଲେ

ନନ୍ଦିଘୋଷ ରଥ ପାଶେ,

ସେବାୟତ ଗଣ ହୋଇଲେ ଉଚ୍ଛନ୍ନ

ମାତାଙ୍କର ସେବା ଆଶେ,

ତେଣେ ପରମାନନ୍ଦ,

ବାର୍ତ୍ତା ପାଇ ହୋଇଲେ ଆନନ୍ଦ।


ଆଲଟ ଚାମର ପଡ଼ିଲା ଆବର

ଲକ୍ଷ୍ମୀ ହେଲେ ଭୋଗ ଲାଗି 

ରଥତଳ ନୀତି ବଢାଇଲେ ପତି

ମହାପାତ୍ରେ ବେଗି ବେଗି

ଏଣେ ଗୁଣ୍ଡିଚା ଘରେ,

ଧୂପ ଲାଗିଲା ଜିଉଙ୍କ ଠାରେ।


ମହାସ୍ନାନ ଅନ୍ତେ ପଞ୍ଚାମୃତ ହସ୍ତେ

ଶାଢ଼ୀ ପ୍ରଭୁ ଦେଲେ ଛୁଇଁ

ଆଜ୍ଞାମାଳ ସଙ୍ଗେ ପଠାଇଲେ ବେଗେ

ଲକ୍ଷ୍ମୀ ଅଙ୍ଗଲାଗି ପାଇଁ,

ସଂଧ୍ୟାଧୂପ ବଢଇ,

ଲକ୍ଷ୍ମୀ ବାହାରିଲେ ଭେଟପାଇଁ।


ଜଗତ ଜନନୀ ପହଞ୍ଚିଲେ ପୁଣି

ଜୟ ବିଜୟ ଦୁଆରେ

ଥିଲେ ଆଳତିରେ ଆଡପେ ଠାକୁରେ,

ସେଵାୟତେ ତରତରେ,

କିଳି ଦିଅନ୍ତେ ଦ୍ବାର,

ଲକ୍ଷ୍ମୀ ରାଗେ ହେଲେ ଗରଗର। 


ବସି ବିମାନରେ ପଦ୍ମା କ୍ରୋଧଭରେ

ନାକଚଣା ଦ୍ବାର ଦେଇ 

ପହଞ୍ଚି ଭିତରେ ବନ୍ଦାପନା ପରେ

ମୋହଚୂର୍ଣ୍ଣ ଫିଙ୍ଗିଦେଇ

ରାଗେ ଆସନ୍ତି ଫେରି,

ଜାଣି ସନ୍ତାପିତ ଚକ୍ରଧାରୀ।


ପଛରୁ ବୋଲନ୍ତି ତ୍ରିଭୁବନ ପତି

ଶୁଣ ମୋ ଜୀବନ ଧନ,

ତିନି ଦିନେ ଫେରି ଆସିବି

ସୁନ୍ଦରୀ ଉଣା କରନାହିଁ ମନ,

ଲକ୍ଷ୍ମୀ କରନ୍ତି ରୋଷ,

ପ୍ରଭୁ ବୋଲନ୍ତି ସବୁ ମୋ ଦୋଷ।


ହୋଇଣ ଅଥୟା କ୍ରୋଧେ

ହରିପ୍ରିୟା ଶରଧା ବାଲିକୁ ଆସି 

ଅଭିମାନଭରେ ନନ୍ଦିଘୋଷ ପରେ

ପ୍ରହାର, କରନ୍ତି ରୁଷି,

ଖଣ୍ଡେ ଭାଙ୍ଗିଲା କାଠ,

ପଦ୍ମନାଭ ହୋଇଲେ ଉଚ୍ଚାଟ।


ବିଳମ୍ବ ରାତ୍ରରେ"ହେରା ଗୋହିରି"

ରେ କମଳା ଅଭିମାନରେ 

ଶ୍ରୀମନ୍ଦିରେ ଫେରି ଆସିଲେ ମାନିନୀ

ରୋଷ ଅଭିମାନଭରେ,

ତେଣେ ଜଗତ ନାଥ,

ବାହୁଡା ପାଇଁ ସାଜିଲେ ରଥ।



Rate this content
Log in