Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kulamani Sarangi

Classics

4  

Kulamani Sarangi

Classics

ଘୋଷଯାତ୍ରା...୫

ଘୋଷଯାତ୍ରା...୫

1 min
297


ଗୁଣ୍ଡିଚା ପୀଠରେ ଆଡପ ମନ୍ଦିରେ ପହଞ୍ଚିଲେ ଚକାଡୋଳା,

ଏଣେ ଶ୍ରୀମନ୍ଦିରେ ବିରହ ବ୍ୟଥାରେ ବିଧୁରା ହୋଇ କମଳା,

ସିନ୍ଧୁରାଜ ଦୁଲ୍ଲଣୀ, ଅଭିମାନେ ଋଷନ୍ତି ମାନିନୀ।


ଭଗିନୀ ବିମଳା ସମୀପେ ଚଞ୍ଚଳା ବୋଲନ୍ତି 'ଶୁଣ ଭଉଣୀ,

ଭାଇ,ଭଉଣୀଙ୍କ ସଙ୍ଗେ କେଡେ ରଙ୍ଗେ ବଡ଼ ଠାକୁର ଗଲେଣି 

ହେଲାଣି ଦିନ ଚାରି,ମନେ ପଡୁନି ମୁଁ କି ତାଙ୍କରି ।


ଶ୍ରୀଅଙ୍ଗ ସେବାରେ ଲାଗିରହି ବାରେ ଆଖିରୁ ନକରେ ଦୂର,

ଅଶନେ,ବ୍ୟସନେ ଆବର ଶୟନେ ପରିଚାରୀ ମୁଁ ତାଙ୍କର,

ଆଜି ଦେଲେ ପାସୋରି,କେଡେ ହୃଦୟହୀନ ଶ୍ରୀହରି ।


ଗୁଣ୍ଡିଚା ମନ୍ଦିରେ ଆଡପ ପୀଠରେ ଭଲମନ୍ଦ ଯେତେ ଖାଇ,

ଆନନ୍ଦେ ମଗନ ଶ୍ରୀମନ୍ଦିରେ ଧ୍ୟାନ ନଦେଇ ଜଗତ ସାଁଇ,

ରହିଛନ୍ତି ସୁଖରେ,ଏଣେ ଅଛି ମୁଁ ମହା ଦୁଃଖରେ ।'


କହନ୍ତି ବିମଳା ଶୁଣଗୋ କମଳା ବଡ ହଟିଆ ଠାକୁର,

କାହା ପୀରତିରେ ପଡିଗଲେ ଥରେ ସରିଯିବ କଥା ତୋର,

ବେଳୁଁ ବାନ୍ଧ ତୁ ବନ୍ଧ,ବଡ ରସିକରାଜ ଗୋବିନ୍ଦ ।


ମୋର କଥା ମାନ,ଘେନି ମୋହାଞ୍ଜନ ଗୁଣ୍ଡିଚା ମନ୍ଦିରେ ଯାଇ,

ଅଞ୍ଜନ ଲଗାଇ ଉଚ୍ଚାଟ କରାଇ ପ୍ରଭୁଙ୍କୁ ଆଣ ଫେରାଇ,

କର ଗୋପନ ଯାତ୍ରା,କେହି ନଜାଣନ୍ତୁ ଏହି କଥା ।


କ୍ରମଶଃ.......


Rate this content
Log in

Similar oriya poem from Classics