Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.
Revolutionize India's governance. Click now to secure 'Factory Resets of Governance Rules'—A business plan for a healthy and robust democracy, with a potential to reduce taxes.

Kulamani Sarangi

Classics

4  

Kulamani Sarangi

Classics

ଘୋଷଯାତ୍ରା (୩)

ଘୋଷଯାତ୍ରା (୩)

1 min
291



ତିନି ରଥ ପାଇଁ ଥିଲେ ପଠିଆଇ ଜିଉ କାଲି ଆଜ୍ଞାମାଳ

ରଥ ଖଳା ତେଜି ଆସିଛନ୍ତି ଆଜି ସିଂହ ଦ୍ବାରକୁ ଚଞ୍ଚଳ,

ପ୍ରଭୁଙ୍କୁ ନେବାପାଇଁ,

ରହିଛନ୍ତି ଉଲ୍ଲସିତ ହୋଇ ।


ଆଗେ ତାଳଧ୍ବଜ ପଛେ କପିଧ୍ବଜ ମଧ୍ୟରେ ଦେବଦଳନ,

ଏକୁ ଏକେ ଶୋଭା ଦିଶନ୍ତି କି ଅବା ସୁଧର୍ମାର ସିଂହାସନ,

ଉଡେ ଆକାଶେ ନେତ,

ଦେଖି ଭକ୍ତ ମନ ଉଲ୍ଲସିତ ।


ତେୟାଳିଶ ଫୁଟ ଉଚ୍ଚ ଯେ ବିରାଟ ବଳିଆଙ୍କ ତାଳଧ୍ବଜ,

ଚତୁର୍ଦ୍ଦଶ ଚକ ସେ ରଥରେ ଦେଖ ନାଲି,ନେଳି କନା ସାଜ,

ଦିଶନ୍ତି ଝିଲି ମିଲି,

ବସିଛନ୍ତି ସାରଥି ମାତଳି ।


ତାଳଧ୍ବଜ ପଛେ ଦର୍ପଦଳନ ଯେ ସଜ୍ଜିତ ସୁଭଦ୍ରାଙ୍କର

ନାଲି,କଳା ରଂଗ କନାରେ ତା ଅଙ୍ଗ ଝଲକି ଦିଶେ ସୁନ୍ଦର

ଚକ ଲାଗିଛି ବାର,

ତହିଁ ସାରଥି ଅର୍ଜୁନ ବୀର।


ତା'ପଛେ ଉଲ୍ଲାସ ହୋଇ ନନ୍ଦିଘୋଷ ରଥ ହୋଇଛନ୍ତି ଉଭା 

ରଥେ ଷୋଳ ଚକ ସାରଥୀ ଦାରୁକ କି ଉପମା ତାକୁ ଦେବା, 

ନାଲି ହଳଦି ରଙ୍ଗ

ବସ୍ତ୍ରେ ସୁସଜ୍ଜିତ ତାର ଅଙ୍ଗ ହେ।


ନାଚି ପହଣ୍ଡିରେ ଆସୁଛନ୍ତି ଧୀରେ କି ଛନ୍ଦେ ତିନି ଠାକୁରେ !

ପଣ୍ଡା ମାନଙ୍କର କଚ୍ଚା ବାରମ୍ବାର ଖାଇ ହସୁଛନ୍ତି ଭୋଳେ,

ଦେଖି ଏ ଦିବ୍ୟ ଛବି,

ଭକ୍ତ ମନ ଭାବେ ଯାଏ ଦ୍ରବି।


ଜିଉଙ୍କ ସ୍ୟନ୍ଦନ ହେବେ ସମାର୍ଜନ; ଗଜପତି ମହାରାଜେ,

ଆସି'ତାମଯାନେ' ଉଲ୍ଲସିତ ମନେ ରଥକୁ କଲେଣି ବିଜେ,

ସୁନା ପହଁରା ଘେନି,

ମାର୍ଜନା କରନ୍ତି ରଥ ତିନି।


ଭକ୍ତି ଭାବ ମନା ହୋଇ ସମାର୍ଜନା କରନ୍ତି ରଥ ଶ୍ରୀରାଜେ

ପଗଡିରେ ବଗ ସାମଲ ହଲୁଛି ଆନନ୍ଦାଶ୍ରୁ ନେତ୍ରେ ରାଜେ,

ହରିବୋଲ ଶବଦେ,

ବଡଦାଣ୍ଡ କମ୍ପଇ ଆନନ୍ଦେ।


ତାମଯାନ.. ଯେଉଁ ପାଲିଙ୍କିରେ ଗଜପତି ଉଆସରୁ ଛେରାପହଁରା ପାଇଁ ଆସନ୍ତି।

ବଗ ସାମଲ..ପଗଡିରେ ଲାଗିଥିବା ବକପକ୍ଷୀର ପର।


(କ୍ରମଶଃ........)


Rate this content
Log in