STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଭିନେତାରେ ନ ହେଉ ଗଣା

ଅଭିନେତାରେ ନ ହେଉ ଗଣା

1 min
184


ରଙ୍ଗ ମୁଁ ନ ବୋଳି   ଅଭିନେତା ହେଲି

     ସଂସାର ମଞ୍ଚରେ ସିନା

ଏ ସଂସାର ମଞ୍ଚେ କଳା ବୋଳି ମେଞ୍ଚେ

    ବସିଛୁ କାଳିଆ ସୁନା

  ଅଭିନେତାରେ ନ ହେଉ ଗଣା ।0।


ରଙ୍ଗରେ ରଙ୍ଗରେ  ତୋ କଳା ରଙ୍ଗରେ

     ଭରିଛୁ କେତେ ବାହାନା

ସେ ରଙ୍ଗ ଲାଗିଲେ ଛାଡେ ନାହିଁ ଭଲେ

     ତୋ ଭାବରେ ହୁଏ ବଣା

ଖୋଜି ବୁଲୁ ଥାଏ    ପାଗଳ ପରାଏ

    ତୋର ଅସଲି ଠିକଣା ।୧।


ମରୀଚିକା ସମ   ଘୁଞ୍ଚି ଯାଏ ପୁଣ୍ୟ

     ପାପ କରେ ବାଟ ବଣା

ଅଢେଇ ଦିନରେ ବଡେଇ ଦେଖେଇ

      ପାପ କିଣେ ଅକଳନା 

ଏଠି ସୁଖ କିଣା   ଦୁଃଖଟି ମାଗଣା

     ଯାତନା ପରେ ଯାତନା ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational