Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

shaikh mozahid mahatab

Romance

4  

shaikh mozahid mahatab

Romance

ପବିତ୍ର_ବନ୍ଧନ

ପବିତ୍ର_ବନ୍ଧନ

1 min
347


ଟିକି ଚିଠିଟିଏ ଲେଖିଛି ମୁଁ' ଆଜି 

    ପ୍ରେମ ପ୍ରତିଛବି ଆଙ୍କି

ପ୍ରିୟତମା ଗୋରୀ ଦବନାହିଁ ଚିରି  

   ଚିଠି ମୋ' ସ୍ପନ୍ଦନ ଗୀତି ।


 ଛାତିରୁ ରକତ ନିଗାଡ଼ି ଲେଖିଛି 

   ଶେଷ ଚିଠିବୋଲି ମୋର

 ପଢିବ ନିଶ୍ଚୟ  ରାଣ ଶତବାର

    କରିବନି  ହତାଦର ।


ପ୍ରେମ ନିବେଦନ କରିନି ମୁଁକିଛି

   ତୁମକୁ ପାଇବା ପାଇଁ

ବିରହ ବେଦନା ଲେଖିନି ମୁଁକିଛି 

  ମୋ'ଦୁଃଖ ଜାଣିବା ପାଇଁ ।


ଏ'ତିକି ଲେଖିଛି ହୃଦୟର କଥା 

  କରିବିମୁଁ ଶେଷ ଦେଖା 

ସେଇ ଅବସରେ କହିବି ତୁମକୁ 

   ପ୍ରେମର ପ୍ରକୃତ ସଂଜ୍ଞା ।


ପ୍ରେମମାନେ ନୁହଁ ଦହିକ ମିଳନ  

  ଦେହ ସୁଖ ଉପଭୋଗ 

ପ୍ରେମ ଧର୍ମକର୍ମ ପବିତ୍ର ବନ୍ଧନ  

 ଆତ୍ମାର ସଂଯୋଗ ମାତ୍ର  ।


ପବିତ୍ରଆତ୍ମା ର ମିଳନ ହୋଇଲେ  

  ପ୍ରେମ ଫୁଲ ବାସି ଉଠେ

ଏଚିଠି ଉତ୍ତର ଦବ ପ୍ରିୟା ମୋତେ 

   ପ୍ରତୀକ୍ଷାରେ ଅଛି ସତେ ।


Rate this content
Log in

Similar oriya poem from Romance