ଇନ୍ଦ୍ରଧନୁ
ଇନ୍ଦ୍ରଧନୁ
ମନ ମୋର ଯଦି ଖୋଲା ଆକାଶ
ଇନ୍ଦ୍ରଧନୁ ହେଲ ତୁମେ
ମୁ ହେଲି ଯଦି ଫୁଲ ବଗିଚା
ବଗିଚାର ଫୁଲ ତୁମେ ।
ତୁମେ ଅଟ ପ୍ରିୟା ପ୍ରେମ ଚଢେଇ
ମୋ ହୃଦୟେ ତୁମ ବସା
ଏ ବସା କୁ କେବେ ଛାଡିବନି
ପ୍ରିୟା କରୁଛି ଏତିକି ଆଶା ।
ରଙ୍ଗହୀନ ଏଇ ଆକାଶ ଛାତିରେ
ଇନ୍ଦ୍ରଧନୁ ଗଲା ଖେଳି
ମରୁଭୂମି ପରି ଥିଲା ମୋ ହୃଦୟ
ପ୍ରେମ ରଙ୍ଗ ଦେଲ ବୋଳି ।
ଶେଫାଳିର ସେଇ ଅଶ୍ପର୍ସ ବାସନା
ଭରିଗଲା ଚାରିପାଖେ
ଦେଖି ତମ ଛବି ହୋଇଛି ଅବାକ
ଶୂନ୍ୟରେ ମୁଁ ଚାଲି ଶିଖେ ।
ନ ଥିଲା ଠିକଣା ଥିଲି ଆନମନା
ଥିଲି ମୁଁ ଯେ ଯାଯାବର
ପାଇଲି ତୁମକୁ ମିଳିଗଲା ଖୁସି
ଯେବେଠୁ ହେଲ ତୁମେ ମୋର ।