Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Romance Classics Inspirational

4  

Satyanarayan Sahoo

Romance Classics Inspirational

ମୃତ ବ୍ୟକ୍ତି ଜୀବିତ ହେବେ

ମୃତ ବ୍ୟକ୍ତି ଜୀବିତ ହେବେ

2 mins
299



ଅତୀବ ରହସ୍ୟମୟ ମୃତ୍ୟୁ ବିଭୀଷିକା

ଭବିଷ୍ୟ ରେ ଦୂର ହେବ ଯାଉ ଅଛି ଦେଖା ।


ଦିନୁ ଦିନ ନବ ନବ ଜ୍ଞାନ ର ସନ୍ଧାନ

ଲଭି ଏ ମାନବ ବିଜ୍ଞାନ ରେ ଗରୀୟ।ନ ।


ମୃତ୍ୟୁ ପରେ ମାତ୍ର ପାଞ୍ଚ ମିନିଟ ମଧ୍ଯ ରେ

ସମ୍ପୂର୍ଣ୍ଣ ଶରୀର ଯଦି ରଖି ଫିରିଜରେ ।


ଆପ।ଦମସ୍ତକ ପୂର୍ଣ୍ଣ ବରଫ ଘୋଡାଇ

ସଂରକ୍ଷିତ କରି ଯଦି ଆମେ ରଖି ଥାଇ ।


 ଆଚ୍ଛାଦିତ ବରଫ ଘୋଡଣୀ କୁ ଖୋଲିଣ

ଚିକିତ୍ସା କରାଇ ତାର ଶରୀର ଚେତନ ।


ଫେରାଇ ଆଣିବା ତେବେ ମୃତ ବ୍ୟକ୍ତି ମାନେ

 ପରବର୍ତ୍ତୀ ସମୟରେ ଜୀବନ ଧାରଣେ ।


ହୋଇବେ ସକ୍ଷମ ଏହି ପ୍ରକ୍ରିୟା ସାହାର୍ଯ୍ୟେ 

ବହୁ ଦୀର୍ଘ ବର୍ଷ ଧରି ବ୍ୟକ୍ତି ମୃତ ଦେହେ ।


ରଖି ହେବ , ଆବଶ୍ୟକ ସ୍ଥଳେ ପୁଣି ତାହା

ଜୀବିତ ହେବ।ର ସୁନିଶ୍ଚିତ ସମ୍ଭାବନା ।


ରହିଛି ଏସନ ପ୍ରକ୍ରିୟା ରେ କ୍ରମାଗତ

ମୃତ ବ୍ୟକ୍ତି ମାନେ ପୁଣି ହୋଇବେ ଜୀବିତ ।


 ଜୀବନ ହରାଇ ଦେବା , ମାତ୍ରେ ସଙ୍ଗେ ସଙ୍ଗେ

ଶବ ଟିକୁ ରଖା ଯାଇ ବରଫର ମଧ୍ୟେ ।


ଏହି ପ୍ରକ୍ରିୟା ରେ ତାହା ସଂରକ୍ଷିତ କରି

ରଖି ହେବ ଲକ୍ଷ ଲକ୍ଷ ବର୍ଷ ଯାଏଁ ଧରି ।


ଲକ୍ଷ ଲକ୍ଷ କୋଟି କୋଟି ଅନନ୍ତ ବରଷ

ବଢି ଯିବ ଏ ଉପାୟେ ମଣିଷ ଆୟୁଷ ।


ପୁନର୍ବାର ଜିବିତାବସ୍ଥ। କୁ ଆଣି ହେବ

ବିଜ୍ଞାନ କାହାଣୀ ନୁହେଁ ଅଟଇ ସମ୍ଭବ ।


କ୍ରାୟୋନିକ୍ସ ଟେକିନିକ ପ୍ରଭାବ ରେ ଏହି

ପ୍ରବିଧି ସାଧିତ ହେବ ଭବିଷ୍ୟତେ ଯାଇ ।


ସ୍ବଭାବିକ ମୃତ୍ୟୁ ପୂର୍ବ ବର୍ତ୍ତି ମୂଃହୁର୍ତ୍ତ ରେ

 ଅବସ୍ଥ।ପିତ କରିବା ଶବ ବରଫ ରେ ।


ଯେତେ ଦିନ ରହିବ ତା' ତହିଁ ର ମଧ୍ଯ ରେ

ବ୍ୟକ୍ତିର ଆୟୁଷ ବୃଦ୍ଧି ହେବ ଏ କ୍ରମ ରେ ।


ମରି ନାହାନ୍ତି ଯେ ସବୁ ଶବ ବେହୋସରେ

ପଡ଼ି ରହି ଥିବା ଭଳି ଭ।ଳିବେ ମନ ରେ ।


ପରିବେଶ ପ୍ରଦୂଷଣ ର ବିଷଜ୍ୱାଳାରେ

ଧ୍ଵଂସ ର ପୂର୍ବ ରୁ ଏଇ ଆମ ପୃଥିବୀ ରେ ।


ମୃତ ମଣିଷ ଙ୍କ ଶବ ବରଫ ମଧ୍ୟରେ  

ଘଟିବ ଏପରି ରଖା ହେଲେ , ଅବସ୍ଥାରେ ।


ଖାଦ୍ୟ , ପାନୀୟ ଓ ଶ୍ଵାସ କ୍ରିୟା ବିନା ଶବ

 ବରଫ।ଚ୍ଛାଦିତ ରହି ପୁନର୍ଜୀବିତ ହୋଇବ ।


ପତନ ମୁଖରୁ ପୃଥିବୀ କୁ ରକ୍ଷା ପାଇଁ

ଭବିଷ୍ୟତେ ଏଇ ନୀତି ନେବେ ଆପଣାଇ ।


Rate this content
Log in

Similar oriya poem from Romance