STORYMIRROR

Sunanda Mohanty

Abstract Romance Others

4  

Sunanda Mohanty

Abstract Romance Others

ପ୍ରେମ ନା ଆଉ କଣ

ପ୍ରେମ ନା ଆଉ କଣ

2 mins
314


ଛାତି ତଳେ ପୋଷ ପୋଷ ଦାଗ

ଜହ୍ନର କଳଙ୍କ ଅବା କେଉଁ ଛିଦ୍ର

ଅମାନିଆ ପାଦ ମାନୁନି ଛନ୍ଦ ବା ଛାନ୍ଦ

ଦୂର ଆକାଶରେ ଜହ୍ନ ଦିଶେ କ୍ଷୁଦ୍ର

ମନ ପିଉଥିଲେ ମହୁଲି ହୃଦୟରେ ଗନ୍ଧ

ଅନିଦ୍ରା ଆଖିରେ ସ୍ପଷ୍ଟ କଳା କଳା ଦାଗ

ଚାଲିରେ ଝରୁଛି ମହୁଆ ନିଶାର ଛନ୍ଦ

ଯିଏ ଯେତେ କହୁ ଅବଶୋଷ ନା ଅପବାଦ

ପାଉଁଜିର ଛମ ଛମ ବାଜି ଉଠେ ଯେଉଁ ଶବ୍ଦ

ତୁମ ସାଥେ କାହା ନାମେ ଅପବାଦ ଅବସାଦ

ଆଖିରେ କଜ୍ଜ୍ୱଳ ସିନ୍ଥିରେ ସିନ୍ଦୁର ଯଦି ଅବାଧ୍ୟ୍ୟ

କାହାକୁ କହିବା ମନ ମୟୂରୀଟା ଘୋସୁଛି ଆରାଧ୍ୟ୍ୟ

ନୀତି ରୁ ଅନୀତି କେଜାଣି କେମିତି ପ୍ରେମର ଅବ୍ଦ

ଶୂନସାନ ମନ ହୃଦୟ ନିଶବ୍ଦ ରଙ୍ଗରେ ଯାହା ଭେଦ

ତୁମେ କୃଷ୍ଣ ତୁମେ ହିଁ ରାଧା ଶରୀରରେ ଅର୍ଦ୍ଧ ଅର୍ଦ୍ଧ

କବରୀ କୁସୁମ ପଡୁଅଛି ଢଳି ଇସାରାରେ ବିଚ୍ଛେଦ

ପ୍ରେମ ନଥିଲେ ଦାଗ ରହିବନି ସତ କେମିତି ହେବ ରଦ୍ଦ

ପୁଲକ ଗୋଲକ ମିଶିଗଲା ପରେ ନୀରବତା ଶୁଦ୍ଧ

ମନ ଶାରୀ ଝୁରି କାନ୍ଦେ ସ୍ମରି ନିଶ୍ଚେ ନିର୍ବୋଧ

ସ୍ନେହ ମମତାର ସୂତ୍ରର ବନ୍ଧ ଡେଇଁ ଯାଇଥାଏ ଅନ୍ଧ

ପାପ ଓ ପୁଣ୍ୟ ମଝିରେ ପ୍ରେମ ଅବୋଧ

ପ୍ରେମ ପକ୍ଷୀ ଘୋଷେ ରାଧା କୃଷ୍ଣ ନାମ ନିରାନନ୍ଦ

ହରେ ମୁରାରେ ରାଧା ଗୋବିନ୍ଦ ଗୋବିନ୍ଦ

ପ୍ରେମ ହିଁ ଜୀବନ ପ୍ରେମ ହିଁ ଶାଶ୍ୱତ ଆଦିକନ୍ଦ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract