ପ୍ରେମ ନା ଆଉ କଣ
ପ୍ରେମ ନା ଆଉ କଣ
ଛାତି ତଳେ ପୋଷ ପୋଷ ଦାଗ
ଜହ୍ନର କଳଙ୍କ ଅବା କେଉଁ ଛିଦ୍ର
ଅମାନିଆ ପାଦ ମାନୁନି ଛନ୍ଦ ବା ଛାନ୍ଦ
ଦୂର ଆକାଶରେ ଜହ୍ନ ଦିଶେ କ୍ଷୁଦ୍ର
ମନ ପିଉଥିଲେ ମହୁଲି ହୃଦୟରେ ଗନ୍ଧ
ଅନିଦ୍ରା ଆଖିରେ ସ୍ପଷ୍ଟ କଳା କଳା ଦାଗ
ଚାଲିରେ ଝରୁଛି ମହୁଆ ନିଶାର ଛନ୍ଦ
ଯିଏ ଯେତେ କହୁ ଅବଶୋଷ ନା ଅପବାଦ
ପାଉଁଜିର ଛମ ଛମ ବାଜି ଉଠେ ଯେଉଁ ଶବ୍ଦ
ତୁମ ସାଥେ କାହା ନାମେ ଅପବାଦ ଅବସାଦ
ଆଖିରେ କଜ୍ଜ୍ୱଳ ସିନ୍ଥିରେ ସିନ୍ଦୁର ଯଦି ଅବାଧ୍ୟ୍ୟ
କାହାକୁ କହିବା ମନ ମୟୂରୀଟା ଘୋସୁଛି ଆରାଧ୍ୟ୍ୟ
ନୀତି ରୁ ଅନୀତି କେଜାଣି କେମିତି ପ୍ରେମର ଅବ୍ଦ
ଶୂନସାନ ମନ ହୃଦୟ ନିଶବ୍ଦ ରଙ୍ଗରେ ଯାହା ଭେଦ
ତୁମେ କୃଷ୍ଣ ତୁମେ ହିଁ ରାଧା ଶରୀରରେ ଅର୍ଦ୍ଧ ଅର୍ଦ୍ଧ
କବରୀ କୁସୁମ ପଡୁଅଛି ଢଳି ଇସାରାରେ ବିଚ୍ଛେଦ
ପ୍ରେମ ନଥିଲେ ଦାଗ ରହିବନି ସତ କେମିତି ହେବ ରଦ୍ଦ
ପୁଲକ ଗୋଲକ ମିଶିଗଲା ପରେ ନୀରବତା ଶୁଦ୍ଧ
ମନ ଶାରୀ ଝୁରି କାନ୍ଦେ ସ୍ମରି ନିଶ୍ଚେ ନିର୍ବୋଧ
ସ୍ନେହ ମମତାର ସୂତ୍ରର ବନ୍ଧ ଡେଇଁ ଯାଇଥାଏ ଅନ୍ଧ
ପାପ ଓ ପୁଣ୍ୟ ମଝିରେ ପ୍ରେମ ଅବୋଧ
ପ୍ରେମ ପକ୍ଷୀ ଘୋଷେ ରାଧା କୃଷ୍ଣ ନାମ ନିରାନନ୍ଦ
ହରେ ମୁରାରେ ରାଧା ଗୋବିନ୍ଦ ଗୋବିନ୍ଦ
ପ୍ରେମ ହିଁ ଜୀବନ ପ୍ରେମ ହିଁ ଶାଶ୍ୱତ ଆଦିକନ୍ଦ।