STORYMIRROR

Sunanda Mohanty

Abstract Classics Thriller

4  

Sunanda Mohanty

Abstract Classics Thriller

ମାଆ ତୁମେ ଗଙ୍ଗା 

ମାଆ ତୁମେ ଗଙ୍ଗା 

1 min
2


ପାହାନ୍ତି ଶୀତଳ ଚାଦର ହଟେଇ 
ଖୋଲି ତଵ ଆଖି 
ଦେଖ ମାଆ ଗଙ୍ଗା ରୁ ଗାଙ୍ଗୋତ୍ରୀ 
ରଙ୍ଗୋଲି କିଏ କେତେ ଲେଖି 
ନୂଆ ସକାଳକୁ ଡାକି 
ମାରୁଛନ୍ତି ମିଟିମିଟି ଆଖି 
ତୁମେ ତ ଦେଇଛ ପ୍ରାଣେ ପୁଲକ ମାଖି 
ତୁମ ବିନା ଏ ସଂସ୍କୁତି ଚଳିବକି 
ଦେଖି ଶିଖି ରଖି ବାକି 
ତୁମକୁ ଡାକିଲା ଜଣେ ଭାଗିରଥି 
ଆଜି ଡାକୁ ସର୍ବେ ମିଳିମିଶି ସାକ୍ଷୀ ଆଖି 
ଆସ ମାଆ ପାପ ନିଅ ସମୁଦ୍ରେ ଯୋଖି 
ବାୟୁ ଦେହେ ମିଶି ମେଘ ବର୍ଷି 
ଜମି ସବୁ ଫସଲ ରେ ମାଖି ମୁଖି 
ଖାଉ ମଣିଷ କି ପଶୁ କି ପକ୍ଷୀ 
କିଏ କେତେ ପାପ ନେଉ କର୍ମ ପରଖି 
ତୁମେ ମାତା ଧୋଇନିଅ ସବୁ ପୋତି ଦିଅ 
ମାଆ ତୁମେ ସନ୍ତାନକୁ ପଥପ୍ରାନ୍ତେ 
ଛାଡନା କେବେ ହେଁ ଏକାକୀ 
ତୁମଠୁ ଦେଖି ପରପିଢ଼ି ଯିବ ଶିଖି 
ସାଜିବେନି କେହି ଅଶ୍ରୁମୁଖି 
ଦେଖି ଶିଖି ପଢି ଲେଖି
ସର୍ବେ ହେବେ କୋଳାକୋଳି ସାତରଙ୍ଗ ମାଖି 
ଗୋଟେ ଗୋଟେ ହେଇ ସୂର୍ଯ୍ୟମୁଖି 
ନୂଆ ସକାଳର ନୂଆ ପକ୍ଷ ଥିବା ପକ୍ଷୀ


Rate this content
Log in

Similar oriya poem from Abstract