STORYMIRROR

Sunanda Mohanty

Abstract Thriller Others

3  

Sunanda Mohanty

Abstract Thriller Others

ଭଡା ଥିଲା ଉଡ଼ା ପକ୍ଷୀ 

ଭଡା ଥିଲା ଉଡ଼ା ପକ୍ଷୀ 

1 min
1


ଦେଖିଛି ପକ୍ଷୀ ଯାଇଛି ଶିଖି 
ଉଡ଼ିପାରିଲେ ଡେଣାଝାଡ଼ି 
ହୋଇବନି କେହି ଦୁଃଖୀ 
ଲୋଡ଼ା ନାହିଁ ଡେଣା 
ଦିଅ ନାହିଁ ଉଲୁଗୁଣା 
ମନପକ୍ଷୀ ଯେବେ ଯିବ ଦେଖି 
ଚକାଆଖି ସେହି କଳାପକ୍ଷୀ ସାକ୍ଷୀ 
ସବୁ ଯିବ ଆପେ ଆପେ ଶିଖି 
ବୁଜିବା ଆଗରୁ ଦୁଇ ଆଖି 
ଏ ସୌନ୍ଦର୍ଯ୍ୟ ଅଳୀକ 
 ନୂଆ ଦିଶେ ସକାଳ ସାକ୍ଷୀ 
ଏ ଜୀବନ କ୍ଷଣିକ 
ତଥାପି ବଞ୍ଚିବାର ଇଛା ରଖି 
ସଜାଡୁଥାଏ ନୀଡ଼  ଚନ୍ଦନ ମାଖି 
ଅମୃତ ଲେପି ଥାପି ରଖି 
ଅଗରୁ ଚୁଆ ଚନ୍ଦନ କସ୍ତୁରୀ ଲେଖି 
ଆଖି ଯାଉଥାଏ ଲାଖି 
ଜୁଇରେ ଶୋଇଯିବା ଆଗରୁ ଥରେ 
ଦେଖିନିଅ ଏ ସଂସାରେ 
କିଏ କେତେ ଦୁଃଖୀ ଅବା ସୁଖୀ 
ସବୁ ଜାଣି ଭୁଲିଯାଏ ମଣିଷ 
ଯେଣୁ ନିଜେ ଗୋଟେ ଉଡ଼ାପକ୍ଷୀ 
ଭଡା ଖୋଜି ଆସିଥିଲା 
କିଛି ଅଭୁଲା ଦିନ ଦେଖି 
ଭଲ ମନ୍ଦ ପରଖିବାକୁ  ନିରିମାଖି
ଯାଅ ଲେଖି ପଢି ଶିଖି ଦେଖି 
ନହେବ ଦୁଃଖୀ ବରଂ ଵିଵେକୀ 
କହିବେନି କେହି ବୋକା କି ବୋକି 
ଠେକି ଠେକି ଦହି ଠେକି 
ମାଣିକ ଆଣିଛି ବିକି 
ମୁଦି ରଖି ଦହି ବିକି 
ଇତିହାସେ ରହି ସାକ୍ଷୀ 
ଉଡ଼ିଗଲା ଯେମିତି ଭଡା ଛାଡ଼ି 
ଉଡ଼ା ପକ୍ଷୀ ଭଡା ରଖି ଚକାଆଖି 
ଭାଗ୍ୟ ଦେଇଛନ୍ତି ଲେଖି 
ଦେଖି ଶିଖି ପଢି ରଖ ଲେଖି 
ରାଗ ଚୋଖି ମାଖି ବୈଶାଖି 
ଦେଖିବାବୁ ଆଖି ଲେଖିବାକୁ ସାକ୍ଷୀ 
ଇତିହାସ ରହିଛି ଯେତିକି ବାକି 
,,,,,,,,,,,,,,,


Rate this content
Log in

Similar oriya poem from Abstract