STORYMIRROR

Ajaya Mahala

Abstract Others

3  

Ajaya Mahala

Abstract Others

ସେତିକି ନା ଆଉ କିଛି

ସେତିକି ନା ଆଉ କିଛି

1 min
323


ପେଟ ପୂରିଲା?

ମନ ଭରିଲା ?

ମୋ ସବୁ ପ୍ରୟାସ

ଅନ୍ତିମ ବିନ୍ଦୁରେ ପହଁଚିଲା ପରେ ବି 

ତୁମର ସେହି ପ୍ରଶ୍ନ 

ସେତିକି ନା ଆଉ କିଛି ?


ତୁମ ପ୍ରଶଂସା କରେ 

କୋକିଳା କହେ 

ଗଜଗାମିନୀ କହେ 

ବୁଦ୍ଧିମତୀ କହେ

ଭାଗ୍ୟଦାତ୍ରୀ କହେ 

ମୋ ସମୃଦ୍ଧିର ଚାବି କହେ 

ତୁମର ସେହି ପ୍ରଶ୍ନ

ସେତିକି ନା ଆଉ କିଛି ?


ଏଇ ଦେଖ ତୁମ ପାଇଁ 

ଗୋଡ଼ରେ ଧୂଳି ନ ଲାଗୁଥିବା ଘର

ଏଇ ତୁମ ଦାମୀ ଗହଣା

ତୁମ ପାଇଁ ଏକୁଟିଆ ବେଳେ

ବସି ଦେଖିବାକୁ 

ଏତେ ବଡ଼ ଟିଭି

ତୁମ ସ୍ବପ୍ନକୁ ପର ଦେବାକୁ

ତୁମ ତାନପୁରା, 

ତୁମ ରଙ୍ଗ 

ତୁମ ତୁଳୀ

ତୁମ ଘୁଂଘୁର

ତୁମର ସେହି ପ୍ରଶ୍ନ

ସେତିକି ନା ଆଉ କିଛି ?



ଡେରି ହୋଇଗଲା 

ଆଉ ଆଗକୁ

ଏମିତି ଭୁଲ ହେବନି 

ତୁମ ଲାଗି ଡାକ୍ତରଙ୍କୁ କହିରଖିଛି

ଏଥର ଏପରି କରିଲେ

କାନ ମୋଡ଼ିଦେଵ 

ତୁମ ଲାଗି ଏଇ 

ନାଲି ଗୋଲ ବୁଲେଇଲି 

କ୍ୟାଲେଣ୍ଡରରେ

ତୁମର ସେହି ପ୍ରଶ୍ନ

ସେତିକି ନା ଆଉ କିଛି ?


ସିଂହାସନ ନ ଥିଲା

ହରାଇ ବସିଥିଲି ସବୁକିଛି

ରଙ୍ଗୀନ ବାଦଲ ସବୁ

ଉଡିଯାଇଥିଲେ ଆକାଶରୁ

କ୍ଲାନ୍ତ ଅପରାହ୍ନ ଥିଲା

ଆଉ ଆଖି କୋଣେ ଲୁହ 

ମୁଣ୍ଡକୁ କୋଳରେ ଉଠାଇ ଧରିଲ

କିଛି ନ ପଚାରି ବି

ବହୁଦିନର ଗୋଟେ ସାଇତା ଉତ୍ତର

କାନରେ ମୋ କହୁଥିଲ 

"ବହୁତ କିଛି ପାଇଛି ତୁମଠୁଁ

ଆଉ କିଛି ଲୋଡ଼ା ନାହିଁ"


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract