STORYMIRROR

Ajaya Mahala

Inspirational Others

3  

Ajaya Mahala

Inspirational Others

ହଁ, ଚଳିବ

ହଁ, ଚଳିବ

1 min
302


ଖରା ଦିନେ ସମସ୍ତେ ଛାତକୁ 

ଶୋଇବାକୁ ଗଲାବେଳେ

ସେ ଗୁଳୁଗୁଳି ଭିତରେ

ସେ ଗମ୍ଭିରୀ ଘରଟା ତୁମର ଚଳିଯାଏ

ସକାଳେ ଅନ୍ୟମାନେ ପବନ ଛୁଆଁ 

ଶୁଖିଲା ମୁହଁ ନେଇ

ଛାତ ସିଡିରୁ ଓହ୍ଲେଇଲା ବେଳେ

ସଦ୍ୟ ସ୍ନାତା ତୁମେ 

ତାଜା ହସଟିଏରେ 

ସ୍ୱାଗତ କର ସମସ୍ତଙ୍କୁ

ସହନ ଶୀଳତାର ଛବି ଆହୁରି 

ସୁନ୍ଦର ହୋଇ ଉକୁଟି ଫୁଟି ଦିଶୁଥାଏ 

ସେ ମୁହଁରେ


ଏତେ ଦୂରରୁ ବାଛି ବାଛି 

ଆଣିଥିବା ଶାଢ଼ୀକୁ ଦେଖାଇ

ଯେବେ ଟିକେ ପ୍ରଶଂସା ଆଶାରେ

"ଦେଖିଲ,ଭଲ ହେଇଛି କି ନାହିଁ "

ବୋଲି ପଚାରି ଦିଏ

ତମେ ଶାଢ଼ୀ ଆଡକୁ ନ ଚାହିଁ 

କେବଳ ହସି କହି ଦିଅ, "ହଁ, ଚଳିବ"


ବିରସ, ନିରସ ହୁଏ

ଖେଳେଇ ହୋଇ ପଡ଼ିଥିବା ଶାଢ଼ୀକୁ 

ପୁଣି "ଯେମିତି ଥିଲା ସେମିତି" 

କରି ଭାଙ୍ଗି ରଖିବାର 

କଷ୍ଟକର କାମରେ ଲାଗିଯାଏ ।

ମୋ ମନ ଭାଙ୍ଗିଯିବା ଆଶଙ୍କା କରି

ହସି ଚାହଁ ମୋ ଆଡେ 

ସେ ଚାହାଣୀ ଯେମିତି କହିଦିଏ

ତୁମକୁ ମନେ ରଖିଛି-

ଏତିକି ହିଁ ଶାଢ଼ୀ ଠାରୁ 

ଅଧିକ ମୂଲ୍ୟବାନ ତୁମ ପାଇଁ ।


ଖାଇବାରେ ତୁମେ ଭଲ ମନ୍ଦର 

ବାରଣ କରନା 

ସମସ୍ତେ ମଝି ଗଡ଼ ମାଛ ଖଣ୍ଡ 

ମାଗିଲା ବେଳେ

ତୁମର ବଳିଥିବା ଲାଞ୍ଜ, ମୁଣ୍ଡ 

ଖାଲି ଆଳୁ ଝୋଳ ବି ଚଳିଯାଏ, 

ଆଉ କାର୍ ରେ ବସିଲା ବେଳେ  

ଠିକ ଏହାର ଓଲଟା ହୁଏ

ସେମାନେ ଆଉ ମଝି ମାଗନ୍ତିନି 

ଝରକା କଡ଼ ମାଡି ବସନ୍ତି ସେମାନେ

ତୁମକୁ ମଝି ସିଟ ହିଁ ମିଳେ

ଚଳେଇ ନିଅ ସବୁ

ଏ ସବୁରେ ତୁମକୁ ବିଶେଷ କିଛି 

ଫରକ ପଡେନା କହି

ସେମାନଙ୍କ ସ୍ୱାର୍ଥପରତା ଉପରେ

ବରଂ ତୁମ ନିରୀହ ହସର 

ପରଦାଟିଏ ଚଢେଇ ଦିଅ

 

ତମର ଏହି ଚଳେଇ ନେବା ହିଁ 

ମୋର ଶକ୍ତି 

ତୁମ ହସ ହିଁ ଏ ଘରର ଧୂପ, ଅଗରବତୀ

ସବୁ ଚଳିବ ବୋଲି କହି 

ମୋ ଅବଚେତନ ମନରେ 

ନିତି ଲେଖି ଦେଉଥାଅ 

ତମେ ମୋଠୁଁ କଣ ଅପେକ୍ଷା କର

କେହି ତୁମର ସଖୀ

ଯେମିତି ପାଖକୁ ଲାଗି ଆସି 

ମୋ କାନରେ

ଫୁସ ଫୁସ କହିଦିଏ 

ଆଉ ଯତ୍ନଶୀଳ ହେବାକୁ

ସେହି କେତୋଟି କଥା

ଯାହା ତୁମେ ହୁଏ ତ

ଚଳେଇ ପାରିବନି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational