STORYMIRROR

Ajaya Mahala

Romance

3  

Ajaya Mahala

Romance

ତୁମେ ମୋର

ତୁମେ ମୋର

1 min
211


ତୁମେ ମୋ ଶୁଖିଲା 

ଗୋଲାପ ଫୁଲର ଆତ୍ମା

ତୁମେ ଚିରା ଚିଠିର ଅତର

ତୁମେ କେଉଁ ମିଠା ପ୍ରତାଡନା 

ମୋ ସତ ସାହସର ଇସ୍ତାହାର,

ତୁମେ ମୋ ବିଦଗ୍ଧ ଆତ୍ମାର 

ଦୟନୀୟ ସ୍ୱର


ମୁଁ ତୁମର

ତୁମେ ମୋର 

ଅନୁଭବି ଅଛ ଆମ ଏ ମିଳନ ?

ଅଭିଭୂତ ସର୍ବନାମର

ଐଶ୍ୱରୀୟ ବିନିମୟ

ଅଦ୍ଭୁତ ହସ୍ତରେଖାର ମିଳନ 

ଦୁଇ ସାଗରର ଅସରନ୍ତି 

ଜଳରାଶି ଫେଣ୍ଟା ଫେଣ୍ଟି 

ମୋ ମାଟି ପାଇଁ ନୂଆ ଆକାଶକୁ 

ଅଙ୍ଗୀକାର କରିବାର 

ସତ୍ ସାହସର ସ୍ୱର


ଗୋଟିଏ କମ୍ବଳ 

ଏଠି ଆମ ଅମାପ ଅମ୍ବର

ଆଦିମ ଏ ପ୍ରାଣ ପାଇଁ

ଗୋଟିଏ ଗୁମ୍ଫାର ଛାତ

ଏଠି ଆମ ନିଜ ଜହ୍ନ, ତାରାର ସମ୍ଭାର

ଏଠି ଆଖି ଠରା 

ଏଠି ଦେହ ଛୁଆଁ

ମାଡି ଆସେ କେଉଁଠୁଁ ସେ 

ନିଦ ପଟୁଆର



ମୋ ମନ କାନ୍ଥର ତୁମେ ଅବଦଳା ଫୋଟୋ

ତୁମେ ମୋ ପ୍ରତିଭାତ 

ଜଳ ଜଳ ସତ୍ୟ

ସର୍ତ୍ତହୀନତା ହିଁ ଏକମାତ୍ର ସର୍ତ୍ତ

ଆତ୍ମବିଭୋର ହେବାର ତୁମେ ମନ୍ତ୍ର

ତୁମେ ମୋ ବେହିସାଵ, ବେନଜ଼ୀର 

ନିୟୁତ ମୂହୁର୍ତ୍ତ


ନିୟତି ପୋଥିର କେଉଁ ପୃଷ୍ଠା

ଲେଖି ପୁଣି ପୋଛି ଦେଉଥିବା

ଡରକୁରୀ ଛାତ୍ରୀର ସିଲଟ

ମୋର ଏ ଜୀବନ 

ତୁମେ ମୋ ଅକୁହା ସ୍ୱର

ତୁମେ ମୋ ଅବଚେତନ

ତୁମେ ମୋ ଅନେକ ଜନ୍ମର 

ବେମଲାଟ ଫର୍ଦ୍ଦ ଫର୍ଦ୍ଦ 

ସ୍ମୃତି ସଂକଳନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance