STORYMIRROR

Trushna Das

Romance

4  

Trushna Das

Romance

ହେ ଜହ୍ନ

ହେ ଜହ୍ନ

1 min
233

ହେ ଜହ୍ନ, ଏ ପୁନେଇ ରାତିରେ 

ଦେଖିଛ କି ମୋ ପ୍ରିୟାକୁ ତୁମେ

ଲାଜେଇ ଯାଇଛି ସିଏ ଯେ

ପଡି ମୋ ପ୍ରେମରେ।। 


ହେ ଜହ୍ନ, ତୁମେ ଆଲୁଅର ପ୍ରତୀକ

ମୁକ ସାକ୍ଷୀ ତୁମେ ଆମ ପ୍ରେମର

କେତେ ଯେ ସୁନ୍ଦର ମୋ ପ୍ରିୟାର ମୁଖ

ତା ଆଖିର ନିଶାରେ ମଦୁଆଳି ହୋଇ ଯାଏ ଯେ ମୋ ମନ।। 


ହେ ଜହ୍ନ, ମୋନେ ଅଛି କି ତୁମକୁ ସେ ଅପୂର୍ବ ଦୃଶ୍ୟ

ମୋ ପ୍ରିୟା ସହ ମୋର ପ୍ରଥମ ଚୁମ୍ବନ

ସେ ଯେ ଅଭୁଲା ସ୍ମୃତି ମୋର

ତା ସ୍ପର୍ଶରେ ଅନୁଭବ କିରିଥିଲି ମୁଁ ତା ହୃଦୟର ସ୍ପନ୍ଦନ।। 


ହେ ଜହ୍ନ, ପୁନେଇ ରାତି ପରି

ମୋ ପ୍ରିୟାର ହସ ହସ ମୁଖଟି

ମୋ ମନରେ ଆଣି ଦିଏ ଅନେକ ପ୍ରୀତି 

ଲେଖି ପକାଏ ମୁଁ ଆମ ପ୍ରେମର ଗୀତି।। 


ହେ ଜହ୍ନ, ମୋ ପ୍ରିୟା ଆଜି ଯାଇଛି ଲାଜେଇ

ଲୁଚି ଲୁଚି ଲେଖୁଛି ସେ ମୋତେ ପ୍ରେମ ଚିଠି

ପ୍ରେମ ଚିଠି ପଢି ମୋ ମନରେ ଖେଳୁଛି ଖୁସିର ଲହରୀ 

ସେ ପରା ମୋ ମନ ମୟୂରୀ।


ହେ ଜହ୍ନ, ତୁମ ଚାନ୍ଦିନୀ ପରି

ମୋ ପ୍ରିୟା ବି ଯେ ବହୁତ ସୁନ୍ଦରୀ 

ସିଇଏ ତ ମୋ ସପନର ପରୀ

କରିଛି ମୋ ମନକୁ ଚୋରୀ।। 


ହେ ଜହ୍ନ, ତୁମକୁ ରଖି ସାକ୍ଷୀ

ମୋ ପ୍ରିୟାକୁ ମୁଁ ଦେଇଛି ପ୍ରତିଶ୍ରୁତି 

କରିବାକୁ ନିଜ ଜୀବନ ସାଥୀ 

ହୋଇବୁ ଆମେ ଜନ୍ମ ଜନ୍ମର ସାଥୀ। 


ହେ ଜହ୍ନ, ହେଲେ ମୋତେ ଲାଗୁଛି ଡର

ତୁମକୁ ଲାଗିଲା ପରି ଗ୍ରହଣ 

ମୋ ପ୍ରେମକୁ ନ ଲାଗୁ କଳଙ୍କ

ହେଉ ଆମର ଅମର ମିଳନ।। 


ହେ ଜହ୍ନ, ଦେବ କି ଏ ଦୁନିଆକୁ ଆମ ପ୍ରେମର ପ୍ରମାଣ 

ଦେଖିବ ଆମର ଅମର ମିଳନ

ଦେବ ଆମକୁ ଆଶୀର୍ବାଦ 

ହେବା ପାଇଁ ଆମ ଦୁହିଁଙ୍କୁ ଜନ୍ମ ଜନ୍ମର।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance