Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Romance

4  

Jayashree Maharana

Romance

ରୂପମୟୀ ଅନାମିକା

ରୂପମୟୀ ଅନାମିକା

1 min
186



ବିନିଦ୍ର ରଜନୀ ନ ପାହୁ ସଜନୀ

ରହିଯାଉ କିଛି କ୍ଷଣ

ଅଭିମାନ ଛାଡି ଛାତିପରେ ଲୋଟି

ଭରିଦିଅ ଶିହରଣ ।


ପିଇବାକୁ ଦିଅ ତୁମ ଓଠ ମଧୁ

ମେଣ୍ଟିଯାଉ ମୋର ତୃଷ୍ଣା

ଅନୁଭବ ମୋତେ କରିବାକୁ ଦିଅ

ତୁମ ତନୁ ମିଠା ବାସ୍ନା ।


ଆଙ୍କିବାକୁ ଦିଅ ପ୍ରୀତିର ଚୁମ୍ବନ

ଛୁଇଁ ତୁମ ଗଣ୍ଡଦେଶ

କାଢିନିଅ ତୁମ ଲାଜର ଓଢଣୀ

ଖୋଲିଦିଅ ଘନକେଶ।


ତୋଳିନେବି ତୁମ ମୁଖ ଚନ୍ଦ୍ରମାକୁ

ମୋର ଦୁଇ ପାପୁଲିରେ

ହଜିବାକୁ ଚାହେଁ ପ୍ରିୟା ତୁମ ସେଇ

ନୀଳନୀଳ ନୟନରେ ।


ପାଦ ନୁପୁରର ନିକ୍ୱଣ ଶବଦେ

କରିଦିଅ ମୋତେ ବନ୍ଦୀ

ନୃତ୍ୟଙ୍ଗନା ସାଜି ଟାଣିନିଅ ମୋତେ 

ହାତେ ମୋର ହାତ ଛନ୍ଦି ।


ଯଉବନ ହିଆ ଲଗାଉଛି ନିଆଁ

କାମନାର ଦୀପଶିଖା

ଦୂରେ ରୁହ ନାହିଁ ପାଶେ ମୋର ବସି

ରୂପମୟୀ ଅନାମିକା ।


ଭିଜିବାକୁ ଦିଅ ପ୍ରେମ ସିନ୍ଧୁନୀରେ

ନୀରବତା ଭଙ୍ଗକରି

ହୃଦୟକୁ ମୋର ଦିଅନା ବେଦନା

ମନଟାକୁ ଚୋରି କରି ।


Rate this content
Log in

Similar oriya poem from Romance