STORYMIRROR

Lingraj Majhi

Romance Classics

4  

Lingraj Majhi

Romance Classics

ଇଚ୍ଛା

ଇଚ୍ଛା

1 min
230


ବର୍ଷ ପରେ ଲାଗୁଚି ଆଜି,

ଯେପରି ହାତ ଖୋଲି ଅମ୍ବର

ମାଟିକୁ ଇଶାରା କରୁଛି...

ଆକାଶ ଛାତିରେ ଡେରିବାକୁ କାନ

ଥରୁଟିଏ ମାଟିର ଇଚ୍ଛା

ଶୂନ୍ୟତାର ସରହଦକୁ ଚିରି ।।


ହାତଠାରି ଡାକୁଛି ଜହ୍ନ

ଦେବା ପାଇଁ

ଗୋଲାପୀ ଗାଲରେ 

ସ୍ନେହର ଚୁମ୍ବନଟି...

ରୂପସୀ ଅନ୍ଧାରି ରାତିରେ

ଡେଣା ମେଳି ଉଡିଯିବାକୁ

ଥରୁଟିଏ କଇଁର ଇଚ୍ଛା                    

ଅୟୁତ ଯୋଜନକୁ ଚିରି ।।


ସଜାଇଛି ଛାୟାପଥ

ତାରା ଫୁଲେ ସୂରୁଜ

ଗୋପନେ ପଠେଇଛି 

ମେଘସବାରୀ ...

ହସ ହସ ସରାଗେ

ଖେଳିଯିବାକୁ ବାହୁଯୁଗଳେ

ଥରୁଟିଏ କୁମୁଦିନୀର ଇଚ୍ଛା

ଅଦୃଶ୍ୟ ବନ୍ଧନକୁ ଚିରି ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance