STORYMIRROR

Lingraj Majhi

Inspirational Others

4  

Lingraj Majhi

Inspirational Others

ଡାକୁଛି ମାଁ

ଡାକୁଛି ମାଁ

1 min
194

କ'ଣ କହି ଡାକିବି ତୋତେ 

ମାଟି ନା ଜନମ ମାଟି 

କ'ଣ କହି ଚିହ୍ନିବି ତୋତେ

କଳିଙ୍ଗ ନା ଉତ୍କଳ ନା ଓଡିଶା କହି 

ସେ ଯାହା ହେଉ ନା କାହିଁକି

ଶୈଶବରୁ ମଶାଣି ଯାଏଁ

ତୁ ହି ତୋ ଆଦରି ନେଇଛୁ ମୋତେ 

ଏ ଦେହେ ତୋ'ରି ହିଁ ତୋ ଫୁଙ୍କ ପ୍ରବାହ ହେଉଛି 

ପିଣ୍ଡଳା'ଟି ର ପରିଚୟ ବୋଲି ଯଦି କିଛି ଅଛି

ତୋରି ଯୋଗୁଁ ହିଁ ତ ଅଛି ...

ଏତେ ସ୍ନେହ ,ଏତେ ମମତା 

ମୋତେ ତୁ ଯେଉଁ ଭାବେ ଢାଳି ଆସୁଛୁ 

ନିଶ୍ଚିତ ଭାବେ କ'ଣ ବୋଲି ଡାକିବି ତୋତେ 

ଭାବି ମୁଁ ପାରୁନି ଜମା...

ଲୋ ମମତାମୟୀ, ପୁଣ୍ୟମୟୀ

ମନା କରିବୁନି ଯଦି

ଭାରି ଇଚ୍ଛା ତ

ନେ ଆଜି ତୋତେ ଡାକୁଛି ମାଁ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational