STORYMIRROR

Lingraj Majhi

Thriller Others

4  

Lingraj Majhi

Thriller Others

ନିର୍ବୋଧ ସମୟ

ନିର୍ବୋଧ ସମୟ

1 min
199

ଏ କି ଜୀବନ 

ଅନୁଭବ ହୁଏ ଅଭାବ

ତୁମ ଅନୁପସ୍ଥିତିର....

ବୋଧେ ନିର୍ଣ୍ଣାୟକ ମୁହୂର୍ତ୍ତ

ଏହା ମୋ ଜୀବନର ।


ବଳବାନ ହେଇପାରେ ସମୟ 

ସେ 'ତ ଏକମାତ୍ର ମଣିଷ ଚୋର 

ବିଦ୍ରୁପ କରି ହସୁଛି ସେ 

ଅଜାଡି ଦୁଃଖର ସାଗର ।


ଜୀବନ କୁ କରିଛି ଅତୀବ ନିରୋଳା

ଟାଣି ଶକ୍ତ ପାଷାଣର ଗାର,

କି ଅଭିମାନ କରିବି ସାଥି 

ତୁମ ସ୍ନେହ ସୁଖ ଯେ ମରୀଚିକା

କେବଳ ଦୁଃଖ ହିଁ ନିଜର 


କୋହ ର ସମ୍ବରଣ ମାନେ 

ଏବେ କେବଳ ଆର୍ତ୍ତ ଚତ୍କାର 

ଲାଗି ଯାଇଛି ଧଳା ପୃଷ୍ଠାରେ

ଦାଗ ସେଇ କଳଙ୍କ ଚନ୍ଦ୍ରମା ର ।


ବିଚଳିତ ହୁଅନା ସଖୀ 

ହେଇଚି ଅଲଗା କେବଳ

ଏଇ ମର ଶରୀର ...

ନିୟତିର ଯେ କଠୋର ବିଚାର

ହେଇ ହିଁ ଯାଏ ମିଳନ ଦିନେ 

ଆତ୍ମା ସହ ଗୋଟେ ଆତ୍ମାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Thriller