ଜହ୍ନ
ଜହ୍ନ
1 min
193
କବାଟ ଖୋଲି
ଦୂର ଆକାଶକୁ ଦେଖେ ଯେବେ,
ରାତି ଆଡରେ ସୁନ୍ଦର ଛବିଟି
ଭାଷି ଉଠୁ ଥାଏ ତାରକା ଦେଶେ,
ଅପୂର୍ବ ଶୋଭାର ଝଲକ
ଝଲସୁ ଥାଏ ଏମିତି,
ଆଖିଏ ନିଦରେ ବି ସାଉଁଟି ଦିଏ
କିଛି ଭାବ ନିରୋଳାରେ ଯେମିତି,
କି କୁହୁକ କରେ
କିମିଆଁ ଲାଖି ଯାଏ ଏ ମନ
ସତରେ କ'ଣ ଏତେ ସୁନ୍ଦର
ଏ ପୁନେଇଁ ରାତିର ଜହ୍ନ
