STORYMIRROR

Lingraj Majhi

Romance Fantasy

3  

Lingraj Majhi

Romance Fantasy

ଜହ୍ନରାତି

ଜହ୍ନରାତି

1 min
258

ତୁମେ ଚେଇଁ ରହି ଥାଅ

ଜହ୍ନ ରାତି ସାରା 

ଜୋଛନା ସହ ଆଳାପ କରି,

ଦୂରରୁ ଆଣୁଛି ପବନ ବହି

ଝୁମି ନ ଯାଅ ରାତି ଅଧରେ 

ସେନହ ମୋର ପାଇ । 


ଟିକିଏ ପାଖ ହୁଅନ୍ତା ଯଦି

ଘର ତୁମର, ଚାଲି ଆସନ୍ତି ଧାଇଁ,

ଭାଗ୍ୟର କି ବିଡ଼ମ୍ବନା ସତେ

ମିଶିବାର ସୁଯୋଗ ଟିକେ ନାହିଁ ।


ଜିଇଁ ନିଅ ଆଉ କେଇଟା ଦିନ

ସ୍ନୃତିରେ ମୋର ଗୀତ ଗାଇ

ଦେଖା ହେଲେ ଢାଳିଦେବି ସବୁ ସ୍ନେହ

ସାକ୍ଷୀ ରହିବ ଯେମିତି ଚାନ୍ଦିନୀ ରାତି ।।


ତୁମେ ମିଶାଉ ଥାଅ ସ୍ୱର

ଶୀତ ରାତି ସାରା 

କୋଇଲି ସହ ଆଳାପ କରି,

ଦୂରରୁ ଆଣୁଛି କାକର ବହି

ଝୁମି ନ ଯାଅ ରାତି ଅଧରେ 

ପ୍ରେମ ମୋର ପାଇ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance