STORYMIRROR

Lingraj Majhi

Romance Classics

4  

Lingraj Majhi

Romance Classics

ମିଳନ

ମିଳନ

1 min
279

ତୁମ ପୁର୍ନଆଗମନ 

ନୁହେଁ ମୋତେ ଅସ୍ବୀକାର।

ମଉଳିନି କି ମୁଉଳିବନି ସ୍ନେହ,

ଋଣୀ ମୁଁ ତୁମ ବିଶ୍ୱାସର ।।


ଜୀବନର ପ୍ରତି ପୃଷ୍ଠାରେ,

ଆଙ୍କିଛି ଛବି ତୁମର ହସର ।

ସ୍ମୃତି ନା ଏ ସୁଖର ଚିହ୍ନ,

ହଜାର ଅନ୍ଧାରରେ ପରଶି ଦେଲା

ଆଲୁଅର ଧାର ।।


 ଦିନ ଥିଲା ନା ସେ ଥିଲା,

 ଅବସର ଏକ ମଧୁମୟ ବସନ୍ତର,

 ଆଣିଦେଲା ତୁମ ମୃଦୁ ଛୁଆଁ 

 ଅହେତୁକ ଖୁସିର ଜୁଆର ।।

 

 ଘନ ବଉଦର ଭାସମାନ

 ହେଇପାରେ ବର୍ଷାର କାରଣ,

 ମୋ ଜୀବନେ ତୁମର ପଦାର୍ପଣ

 ସତେ କି ପୂନେଇଁ ସହ ଇନ୍ଦୁର ମେଳଣ ।।


ତୁମ ପ୍ରତ୍ୟାବର୍ତ୍ତନ

ନୁହେଁ ମୋତେ ଅସ୍ୱୀକାର,

ମଉଳିନି କି ମଉଳିବନି ସ୍ନେହ

ଋଣୀ ମୁଁ ତୁମ ନିଶ୍ଵାସର ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance